ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରାରୋପଣ ସହ କାନଖା ଚାଷୀଙ୍କୁ ସମ୍ବର୍ଦ୍ଧିତ

ମୟୂରଭଞ୍ଜ:୨୭/୧୦/୨୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ସମାଜସେବୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କ ଉଦ୍ୟାନରେ ଡାଳିମ୍ବ ଚାରା,ବୁଢ଼ାନ ଟୁଡୁଙ୍କ ଶାଳ ଚାରା,ତାଳଗାଁ ପଞ୍ଚାୟତ ସମ୍ମୁଖରେ କଦମ୍ବ ଚାରା ୟୁଏସ୍ଆଇ ସଂଗଠନ ତରଫରୁ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି |ସେହିପରି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ତାଳଗାଁ ଗ୍ରାପ ଅଧିନ କାନଖାଁ ଗ୍ରାମର ଛିଟିଆ ସାହିର ୧୦ ଜଣ ଚାଷୀଙ୍କୁ ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଡାଳିମ୍ବ ଗଛ,ଧାନ ବିହନ,ପନିପରିବା ବିହନ ମଧ୍ୟରେ ଝୁଡ଼ଙ୍ଗ,ମୂଳା,ବିଲାତି,ଭେଣ୍ଡି ଏବଂ ଗାମୁଛା,ଉତ୍ତରୀୟ ଓ ୟୁଏସ୍ଆଇ କାର୍ଡ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି |ଚାଷୀ କାଶୁ ମୁର୍ମୁ,ଘାଟାମ୍ ବେଶ୍ରା,ପୂର୍ଣ୍ଣଚନ୍ଦ୍ର ମାଝୀ,ନୟନ ସୋରେନ୍,ଛୋଟରାୟ କିସ୍କୁ,କାରୁ ମୁର୍ମୁ,ତଗା ମୁର୍ମୁ,ସାଲୁଖୁ ମୁର୍ମୁ,ଛୋଟା ରାଏ ମୁର୍ମୁ,ସାଲଖାନ ମୁର୍ମୁ,ଜାସ୍ମି ମୁର୍ମୁ,ମାଳତୀ ମୁର୍ମୁ,ସାମ୍ବାଦିକ ତଥା ଚାଷୀ ଶ୍ୟାମସୁନ୍ଦର ସାମଲଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ଅକ୍ଟୋବର ମାସ ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିବା ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ସୂଚନା ପ୍ରଦାନ କରାଯାଇଛି |ଚାଷୀଙ୍କୁ ବିହନ ପ୍ରଦାନ କରିବା ସହ ଜିଆ ଖତ ଓ ଜୈବିକ ଖତ ଓ ଆବଶ୍ୟକୀୟ କୀଟନାଶକ ଔଷଧ ପ୍ରଦାନ କରାଯାଇଛି |ତେବେ ସୂଚନା ଯୋଗ୍ୟ ଯେ ଆଜି ସୁଦ୍ଧା ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଜରିଆରେ ଜାନୁଆରୀ ୨୦୨୨ ରୁ ଆଜି ଯାଏଁ ୧୦୬ଜଣ ଚାଷୀଙ୍କୁ ବିଭିନ୍ନ ବିହନ ବଣ୍ଟନ କରାଯାଇଥିଲା ବେଳେ ଗତ ବର୍ଷ ଜୁନ୍ ୨୦୨୧ ରୁ ଆଜି ଯାଏଁ ୧୦,୧୫୮(ଦଶ ହଜାର ଏକ ଶହ ଅଠାବନ)ଗୋଟି ଚାରା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମାଞ୍ଚଳ ର ଘରେ ଘରେ,ପୋଖରୀ ହୁଡ଼ାରେ ସୁରକ୍ଷିତ ସ୍ଥାନରେ ରୋପଣ କରାଯାଇପାରିଛି |ସଂଗଠନ ର ପ୍ରତିଷ୍ଠାତା ଅଖିଲ୍ କୁମାର ସାହୁ,ମ୍ୟାନେଜିଂ ଟ୍ରଷ୍ଟି ଡଃ ରଶ୍ମିରେଖା ସାହୁ,ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ଆବାହକ ପ୍ରତୀକ୍ଷା ମିଶ୍ର, ସଂଯୋଜିକା ପିଙ୍କି ଶତପଥୀ,ସମାଜସେବୀ କିଶୋର କୁମାର ବେହେରା,କାରିଆ ମାଝୀ ପ୍ରମୁଖ ଆବଶ୍ୟକୀୟ ଖର୍ଚ୍ଚ ନିମନ୍ତେ ସହଯୋଗ କରିଆସୁଛନ୍ତି |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ତୃପ୍ତି ରାଣୀ ପାତ୍ର ଙ୍କ କବିତା ମଣିଷ

Sunil Chandra Nayak

ଆମ୍ବ ଗଛ ଉପରେ ଭାଲୁ ,ଲୋକେ ଭୟଭୀତ

Sunil Chandra Nayak

ତାଳଚେର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣ ଧାରଣା

Sunil Chandra Nayak

Leave a Comment

error: Content is protected !!