ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାବରେ ମୋତି ବିହାରୀ ଙ୍କ ଦାୟିତ୍ୱ ଗ୍ରହଣ

କଲମପୁର/ଥୁଆମୂଳ ରାମପୁର:୧୭/୩- ମ.ନି.ସ:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରିବା ପରେ ବିଜୟୀ ପ୍ରାର୍ଥୀ ମାନେ ନିଜନିଜ ଦାୟିତ୍ୱ ଗ୍ରହଣ କରିବା ଆରମ୍ଭ କରିଦେଲେଣି। ଅନେକ ସ୍ଥାନରେ ଦାୟିତ୍ୱ ଏପର୍ଯ୍ୟନ୍ତ ନେଇ ନଥିବାବେଳେ କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତ ସମିତିରେ ନୂତନ ଅଧ୍ଯକ୍ଷା ଭାବରେ ମୋତି ବିହାରୀ ଗତ ୧୭/୩ ତାରିଖ ଦିନ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କାର୍ଯ୍ଯକ୍ରମରେ ଗୋଷ୍ଠୀଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲ,ଗ୍ରାମପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ କରୁଣାକର ବାଗ, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ,ପଞ୍ଚାୟତ ସମିତି ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତିସୂତା ମେହେର ସମେତ୍ ଅନ୍ଯାନ୍ଯ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଅବ୍ଯର୍ଥନା ଜ୍ଞାପନ କରିଥିଲେ। ଏହା ସହିତ କଲମପୁର ପଞ୍ଚାୟତ ସମିତି ଜୋନ ୨ ଜିଲ୍ଲାପରିଷଦ ସଭ୍ଯ ନିବେଦିତା ହଂସ ଓ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ ସଭ୍ଯା ଅଧ୍ଯକ୍ଷା ବିହାରୀ ଙ୍କୁ ସ୍ବାଗତ କରିଥିଲେ। ଅଧ୍ଯକ୍ଷା ବିହାରୀ ସମସ୍ତ ସାଧାରଣ ଜନତା, ନିର୍ବାଚିତ ପ୍ରତିନିଧି ତଥା ବିଭାଗୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳର ବିକାଶ ଓ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ଯ କରିବା ପାଇଁ ଚେଷ୍ଟା କରିବା ପାଇଁ ପ୍ରକାଶ କରିଥିଲେ। ଦାୟିତ୍ୱ ଗ୍ରହଣ ଦିବସରେ ପୂର୍ବତନ ଅଧ୍ଯକ୍ଷ ଶ୍ରୀ ସୁଧାଂଶୁ ଶେଖର ପଣ୍ତା,ବିପିନ ବିହାରୀ ପ୍ରଧାନୀ , ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ବିଜୟ ଦେବ ସାହୁ, ସମାଜସେବୀ ପ୍ରଦୀପ କୁମାର ବେହେରା,ମୃତ୍ଯୁଞ୍ଜୟ ବିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ଯୋରାଡବରା ଛକ ଠାରେ ଜଳଛତ୍ର ଖୋଲିଲା କଳାରୁଦ୍ର ଯୁବକ ସଂଘ

Sunil Chandra Nayak

ସଫଳ। ଦାସ ଙ୍କ କବିତା କିଛି ରହି ଯାଏ

Sunil Chandra Nayak

Leave a Comment

error: Content is protected !!