ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

ମୟୂରଭଞ୍ଜ -୧୯/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂସାଡିହି ଗାଁ ପାଖ ମହୁଲତାଲା କେନାଲ ପାଖ ସାକିଲା ମାଝିଙ୍କ ଘର ସମ୍ମୁଖରେ ଏକ ବୃଦ୍ଧା ରକ୍ତଜୁଡ ବୁଡୁ ଅବସ୍ଥାରେ ସୋମବାର ସକାଳେ ଗାଁ ଲୋକେ ଦେଖିବାକୁ ପାଇଥିଲେ ।ବୃଦ୍ଧାଙ୍କ ନାମ ରାଣୀ ହେମ୍ବ୍ରମ (୬୦) , ସ୍ବାମୀ -ଶ୍ଯାମ ହେମ୍ବ୍ରମ ।ରାଣୀ ତାଙ୍କ ନିଜ ଘରଠାରୁ ମାତ୍ର ୧୦୦ ମି ଦୂର ସାକିଲା ମାଝି ଘର ସମ୍ମୁଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ମୃତ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ନିଜ ଘରକୁ ନେଇ ଯାଇଥିଲେ । ସ୍ଥାନଟିକୁ ଲିପାପିଛା କରି ଦେଇଥିଲେ ।ପୋଲିସ ଖବର ପାଇଁ ମୃତକଙ୍କୁ ଉଦ୍ଧାର କରି ଘର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୩/୨୨ ରୁଜ୍ଜୁ କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ବୃଦ୍ଧା କେମିତି ମଲା ଶବ ବ୍ୟବଚ୍ଛେଦ ପରେ ଅସଲି ଚିତ୍ର ଲୋକ ଲୋଚନକୁ ଆସିବାକୁ ବାକି ରହିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି

Sunil Chandra Nayak

ମୂଷାପାଲି ପଞ୍ଚାୟତ କୁ ମଦମୁକ୍ତ ପାଇଁ କୋକସରା ଥାନାରେ ଦାବୀ ପତ୍ର ଦେଲେ ମହିଳା ଗୋଷ୍ଠି

ଜୁଆ ଆଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ

Leave a Comment

error: Content is protected !!