ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା “ସରାଗ ଓ ଆଦର”

“ସରାଗ ଓ ଆଦର”

 

   ଜୟ କୁମାର ମିଶ୍ର 

ସରାଗ ଆଦର, ତୁମକୁ ଜୁହାର 
ପହଳା ଏଣ୍ଡୁଅ ହେଲ, 
ରୂପ ବଦଳାଅ, ଛଳନାକୁ ଥୁଅ 
ସ୍ୱାର୍ଥ ପଥପରେ ଚାଲ ll
ଦାଣ୍ଡରେ ସରାଗ, ବାଡ଼ିରେ ବିରାଗ 
ଧରୁଛ କପଟ ଭାବ, 
ଲୋକ ଦେଖାଣିଆ, ବଡ଼ିମାରେ ବାୟା 
ହାବ, ଭାବ ଥୋଉଥିବ ll
ପାଇବାର ଆଶା, ମନେ କରି ବସା 
ଛନ୍ଦ, ମନ୍ଦ ବୁଦ୍ଧି କାଢ,  
ବଚନ ମାଧୁରୀ, ଭାଷଣ ଚାତୁରୀ 
ପାଶେ ଅଛି କୁଢ଼କୁଢ଼ ll
ସମ୍ପର୍କ ବୁଝାନା ଅତୀତ ଚାହଁନା 
ମଣିଷ ପଣିଆ ଭୂଲ,  
ହେଉଛ ନିଷ୍ଠୁର, କରୁଛ ବେଭାର 
ମୋହମାୟା ତୁଚ୍ଛ କଲ ll
ଜନ୍ମଦାତ୍ରୀ ମାଆ, ତ୍ୟାଗ ଓ ତପସ୍ୟା 
ପାଳନ କରତା ପିତା, 
ଭାଇ, ଭଉଣୀରେ, ଆଦରଟି ମରେ
ଭୋଗ, ଭାଗ୍ୟ ପାଇଁ ଚିନ୍ତା ll
ଜମିବାଡ଼ି ଥିଲେ , ପେନସନ ହେଲେ 
“ସରାଗ”କୋଳାଇ ଧର, 
କହୁଛ ନିଜର, ଆତ୍ମୀୟ ସଦୋର
ସେହି ପରା ଆପଣାର ll
ଦେଖି ରିକ୍ତ ହସ୍ତ, ବିମୁଖ ସହିତ ମୁହିଁମୋଡି ଯାଅ ଚାଲି, 
ଦ୍ୱାର ବନ୍ଦ କର, କରି ହତାଦର 
ମନେ ଦେଇ ବହୁ ଗାଳି ll
ବୃଥା ପ୍ରହସନ, କୋମଳ ବଚନ 
ପଥରକୁ, କରେ ପାଣି, 
କଥା ସରାଗରେ, ଜନମନ ହାରେ  
ମିଛ କଥା ସତ ମଣି ll
କାହାକୁ କନ୍ଦାଅ, କାହାକୁ ହସାଅ
ଗଢ଼ପିଢ଼ ବହୁ ରୂପେ, 
ଦେଖି ଯୁଗ ପାଗ, ହୁଅ ନବରଙ୍ଗ 
କରମ ମରମ ଛାପେ ll
ଅକୁହା ବେଦନା, ସରମର ଦାନା 
ଅନୁଭବୀ ଏକା ଜାଣେ, 
ତୁମ କାୟା ମାୟା, ପରିବ୍ୟାପ୍ତ ଯାହା 
ପଲ୍ଲୀପୁରେ କୋଣେ କୋଣେ ll
ବରଷା ଜୁଆଡେ, ଛତାଟି ସିଆଡେ
“ସରାଗ ଆଦର”ସାଥେ, 
ନାହିଁ ଜାତି ନୀତି, ନାହିଁ ଏକା ସ୍ଥିତି 
ଉଦାର ଭାବନା ସତେ ll
ଭୁଲି ଅପମାନ, ଅନୁଗତ ପୁଣ
କରୁଛ ଗୋଲାମ ଗିରି, 
ଏ ଘେର ମାଉଁସୀ, ସେ ଘର ପିଉସୀ 
ଆତ୍ମ ସ୍ୱାଭିମାନ ସାରି ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,
ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି ଓଡିଶା, 761206, 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ବପ୍ନ ଦେବତା

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ବର୍ଷା ଆସିଲା ପରେ

Sunil Chandra Nayak

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

Leave a Comment

error: Content is protected !!