ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାକୁଞ୍ଜ ସାହି ରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷା ନଗର ( ମ ନି ସ) ୨୮/୧୦_କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା। କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍ ଧାମରେ ରାସ ପୂର୍ଣ୍ଣିମା ପାଳିତ ହେବା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଅଛି । ପ୍ରଥମେ ଚଳିତ ବର୍ଷ ପାଇଁ ସର୍ବସମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ରାଧାକୁଞ୍ଜ ସାହି ସଭାପତି ଭାବେ କରୁଣାକର ମହାନ୍ତ,ଉପ ସଭପତି ଜିତେନ୍ କୁମାର ନନ୍ଦ, ସମ୍ପାଦକ ଭାବେ ବିଜୟ କୁମାର ମହାଳିକ, ସହ ସମ୍ପାଦକ ଭାଗିରଥି ବେହେରା, ଉପଦେଷ୍ଟା ଭାବେ ନିହାରକାନ୍ତ ରାଉତ, କୋଷାଧ୍ୟକ୍ଷ ଭାବେ ହୃଷୀକେଶ ସାହୁ ଓ କମିଟି ର କାର୍ଯ୍ୟକାରୀ ସଦସ୍ୟ ଭାବେ ଚିତ୍ତରଞ୍ଜନ ପଣ୍ଡା, ରମଣ କୁମାର ଦେହୁରୀ ,ରଶ୍ମି ରଞ୍ଜନ ପାତ୍ର, ଜଗମୋହନ ଦେହୁରୀ, ସୁମନ୍ତ କୁମାର ଜେନା, ସୂର୍ଯ୍ୟକାନ୍ତ ଦେହୁରୀ, ନରୋତ୍ତମ ବେହେରା, ନିଶିତ୍ କୁମାର ବେହେରା ଙ୍କୁ ଚୟନ କରାଯାଇଥିଲା। ଏଥିରେ ରାଧାକୁଞ୍ଜ ସାହି ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହାପରେ ରାସ ପୂର୍ଣ୍ଣିମା ଉପରେ କମିଟି ର ସଭ୍ୟ ମାନେ ମତାମତ ଦେଇଥିଲେ ।ପୂଜା ରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ସହ ଏହାକୁ ଆକର୍ଷଣୟ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

Sunil Chandra Nayak

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ଗଜକନା , ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା

Sunil Chandra Nayak

ଏ.ଆଇ.ଟି.ୟୁ.ସିର ରାଜ୍ୟ ସମ୍ମିଳନୀକୁ ସଫଳ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!