ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

ଭବାନୀପାଟଣା:୨୭/୧୦- (ମନିସ):- କଳାହାଣ୍ଡି ଜିଲ୍ଲା କେଗାଁ ସାନଚେର ଗ୍ରାମ କରଲାପଡା ବସ୍ତିର ଶ୍ରମିକ ଋଷିଙ୍କ ବିଦ୍ଯୁତ୍ ଆଘାତରେ ମୃତ୍ୟୁ ଘଟଣା ଶକ୍ତି ବିଭାଗ ପ୍ରମୁଖ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର କମିଶନ। ଗତ ୨୩ ତାରଖ ଜାନୁଆରୀ ୨୨ ଦିନ ନିଜ ଗାଁର ଲକ୍ଷ୍ମଣ ମାଝୀଙ୍କ ଘରତିଆରି କାମରେ ଶ୍ରମିକ ଭାବରେ କାମ କରୁଥିବା ସମୟରେ ୨୮ ବର୍ଷୀୟ ଶ୍ରମିକ ଋଷି ଚନ୍ଦନ ଘର ଛାତ ଉପର ଦେଇ ଯାଇଥିବା ଉଚ୍ଚଶକ୍ତି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ ବରଣ କରିଥିଲେ। ଏହି ବିଷୟକୁ ନେଇ ମାନବ ଅଧିକାର କମିଶନ କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବ ଅଧିକାର କମିଶନ ଙ୍କ ନିକଟରେ ଅଭିଯୋଗ ଦାଖଲ କରି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଶକ୍ତି ବିଭାଗ ଅଧିକାରୀ ଓ ଟାଟା ପାଓ୍ବାର ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ଯାନୁଷ୍ଠାନ ଦାବି କରିଥିଲେ। ଏହି ମାମଲା କେଶନଂ – ୧୧୭୨/ ୧୮/୦୬/୨୦୨୨ ଭାବରେ ପଞ୍ଜିକରଣ କରି କମିଶନ ବିଚାର କରିବା ସହିତ ୨୭ ଅକ୍ଟୋବର ୨୦୨୨ରେ ଶକ୍ତି ବିଭାଗ ପ୍ରମୂଖ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ କଳାହାଣ୍ଡି ଏସ୍ ପି ଙ୍କୁ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ସୂଚାଇ ଦେଇଛନ୍ତି ଯେ ଶ୍ରମିକ କାମ କରିବା ସମୟରେ ସୁରକ୍ଷା ଉପକରଣ ନିଯୁକ୍ତି ଦାଦାଙ୍କ ପକ୍ଷରୁ ଦେବାର ନିୟମ ରହିଥିଲେ ମଧ୍ୟ ଏପରି ନିୟମର ଖିଲାପ ହେବା ସ୍ଥଳେ ଶ୍ରମିକର ମୃତ୍ୟୁ କିମ୍ବା ଆଘାତ ପ୍ରାପ୍ତି ହେଲେ କ୍ଷତିପୂରଣ ଦେବା ପାଇଁ ସରକାର ବାଧ୍ୟ। ଏ ସମ୍ବନ୍ଧରେ ପୂର୍ବରୁ କମିଶନଙ୍କ ତରଫରୁ ୮ ମାର୍ଚ୍ଚ ୨୦୨୧ ଜାରି ହୋଇଥିବା ନିର୍ଦ୍ଦେଶ ନାମାର ନକଲ ମଧ୍ୟ ଶକ୍ତି ବିଭାଗ, କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ପଠାଇଛି ।

Related posts

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ବବିତା ପଟ୍ଟଯୋଷୀ ହେଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା । ନିର୍ଦ୍ଵନ୍ଦରେ ହେଲେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!