ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ସାମଗ୍ରୀ ଉଦ୍ଧାର ଜଣେ କୋର୍ଟ ଚାଲାଣ

ନୂଆପଡ଼ା/, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁରୁଣା ବାସ ଷ୍ଟାଣ୍ଡ ଠାରେ ଚାଲିଥିବା ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ରେ ବ୍ୟବହୃତ ସାମଗ୍ରୀ ଚୋରି ହୋଇଥିବା ଖଡ଼ିଆଳ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ଖଡ଼ିଆଳ ପୋଲିସ କେସ ନ ୪୪୦/୨୨ ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରି ଚୋରି ସାମଗ୍ରୀ ଏକ ଡ୍ରିଲ ମେସିନ, ଗ୍ୟାସ ସିଲିଣ୍ଡର୍ ,ଗ୍ୟାସ ଚୁଲା, ଏବଂ କୋଡ଼ିଏ ମିଟର ତାର ଜବତ କରିବା ସହ ଚୋରି କରିଥିବା ଖଡ଼ିଆଳ ୱାର୍ଡ ନମ୍ବର ୩ ର ରାଜା ଦୁରିଆ (୨୪) କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ର ରୁ ଜଣାପଡିଛି। ସୂଚନା ଥାଉ କି ଏହା ପୂର୍ବରୁ ରାଜା ନାମରେ ଖଡ଼ିଆଳ ଥାନାରେ ଅନେକ ଗୁଡ଼ିଏ ମାମଲା ରହି ଥିବା ବେଳେ  ଏହା ସହ ଏହି ଚୋରି ସାମଗ୍ରୀ କିଣିଥିବା ଦୁଇ ଜଣ ପ୍ରଦୀପ କୁମାର ବେହେରା (ମାଲ ପଡ଼ା ) ବଙ୍ଗୋମୁଣ୍ଡା ଓ ଅନ୍ୟ ଜଣେ ଖଡ଼ିଆଳ ସାହୁ ପଡ଼ା ର ଗୋବିନ୍ଦ ସାହୁ ଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା ଖଡ଼ିଆଳ ଆଇ ଆଇ ସି ଅନିରୁଦ୍ଧ ମୁଦଳି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ , ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ

Sunil Chandra Nayak

ନୂତନ ନିର୍ବାହୀ ଅଧିକାରୀଙ୍କୁ ମିଳିଲା ପଞ୍ଚାୟତ ଦାୟିତ୍ୱ, ନିର୍ଦ୍ଦେଶ ଜାରି କଲା ବ୍ଲକ ପ୍ରଶାସନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସନ୍ଧ୍ୟା ଭାଵନା

Sunil Chandra Nayak

Leave a Comment

error: Content is protected !!