ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

ମ.ରାମପୁର,୨୮/୧୦( ମସୀହା) କଳାହାଣ୍ଡି ଜିଲ୍ଲା ମ.ରାମପୁର ବନାଞ୍ଚଳ ରେ ଆଜି ବାରହା ମାଂସ ଜବତ ହୋଇଥିବା ବେଳେ ୪ ଜଣ ବ୍ୟକ୍ତି କୁ ବନବିଭାଗ ଧରିଥିବା  ବେଳେ ଆଉ ଦୁଇ ଜଣ ବ୍ୟକ୍ତି ଫେରାର ହୋଇଛନ୍ତି l ବାଙ୍କେଲ ଗ୍ରାମର କେତେ ଜଣ ବ୍ୟକ୍ତି ବାରହା ଶିକାର କରିବା ପାଇଁ ଗ୍ରାମ ନିକଟ ଜଙ୍ଗଲରେ ଗତ କଲି ରାତି ମାଂସ ଭିତରେ କିଛି ବିସ୍ଫୋରକ ସାମଗ୍ରୀ ରଖି ଶିକାର ପାଇଁ ସ୍ଥିର କରିଥିଲେ l ବାରହା ଟି ମାଂସ ଲୋଭରେ ଖାଇବା ପରେ ବିସ୍ଫୋରକ ଦ୍ଵାରା ମରି ପଡ଼ିଥିଲା l ବାରହା ମାରିବା ପରେ ଉକ୍ତ ବ୍ୟକ୍ତିମାନେ ଜଙ୍ଗଲରେ ହିଁ ଉକ୍ତ ମୃତ ବାରହା ମାଂସ କାଟି ରାନ୍ଧି ଖାଉଥିଲେ l ଏହି ଖବର ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ବ୍ୟକ୍ତିଙ୍କୁ ଧରିଥିଲେ l ହେଲେ ସେଠାରୁ ୨ ଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ l ସେମାନଙ୍କ ପାଖରୁ ରନ୍ଧା ମାଂସ ୫ କେଜି ଓ କଞ୍ଚା ମାଂସ ୨ କେଜି ଜବତ କରିଥିବା ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ ସୂଚନା ଦେଇଛନ୍ତି l ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ କେସିଙ୍ଗା ବ୍ଲକ ରେ ଲିମ୍ ଗାଁ ରେ ବୋଲି ଜଣାଯାଇଛି l ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ l

Related posts

ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଜୟ ମା ଠାକୁରାଣୀ ୟାଇଏସସିସି କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!