ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସୟୁଜେ ସହ ଜାନ ଅନୁବନ୍ଧିତ ‘ସାମ୍ବାଦିକଙ୍କୁ ଜୀବନ ସାରା ମାସିକ ୫ ହଜାର ଟଙ୍କା ଭତ୍ତା ଦିଅ’

ନୂଆପଡ଼ା, / ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଫରେଷ୍ଟ ଡାକ ବଙ୍ଗଳ ଠାରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ନୂଆପଡ଼ା(ଜାନ) ତରଫରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନ ସଭାପତି ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ) ସଭାପତି କୈଲାସଚନ୍ଦ୍ର ନାୟକ ମୁଖ୍ୟ ଅତିଥି , କାର୍ଯ୍ୟକାରୀ ସଭାପତି କିତ୍ତିର୍ଚନ୍ଦ୍ର ସାହୁ, ପଶ୍ଚିମ ଓଡିଶା ପ୍ରଭାରୀ ମହେନ୍ଦ୍ର ଦଜିର୍ ସମ୍ମାନିତ ଭାବେ   ମଞ୍ଚାସୀନ ଥିଲେ। ଜାନ ସାଧାରଣ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ ସମ୍ବାଦକୀୟ ବିବରଣି ପଠନ କରିଥିବା ବେଳେ ବରିଷ୍ଠ ସଦସ୍ୟ ମାୟାଧର ସରାଫ ଉଦ୍ଦଶ୍ୟ ଜ୍ଞାପନ କରିବା ସହ ପରିଚାଳନା କରିଥିଲେ। ଆଜି ଜିଲ୍ଲାର ସର୍ବପୁରତାନ କାର୍ଯ୍ୟରତ ସାମ୍ବାଦିକ ସଂଘ ଜାନ ଆନୁଷ୍ଠାନିକ ଭାବେ ଏସୟୁଜେ ସହ ଅନୁବନ୍ଧିତ ହୋଇଥିଲା। ଏଥି ପାଇଁ ରାଜ୍ୟ ସଭାପତି ସମେତ ପଦାଧିକାରୀମାନେ ନୂଆପଡ଼ା ଗସ୍ତ କରି ଜାନକୁ ଏସୟୁଜେରେ ବିଦ୍ଧିବଦ୍ଧ ଭାବେ ସାମିଲ କରିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଜାନ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ କେବଳ କାର୍ଯ୍ୟରତ ସାମ୍ବାଦିକଙ୍କୁ ସାମିଲ କରିଛନ୍ତି। ପରିଣତ ବୟସରେ ସାମ୍ବାଦିକତା ଛାଡିବା ପରେ ଏହା କାମ କରିବ ନାହିଁ। ଯେଉଁ ସମୟରେ କି ଏହି ବୀମାର ଆବଶ୍ୟକତା ରହିଥିବ ସେହି ସୁବିଧା ପାଇବାରୁ ବଂଚିତ ହେବେ । ଏହି ସ୍ବାସ୍ଥ୍ୟବୀମା ଓ ସରକାରଙ୍କ ଅନ୍ୟାନ୍ୟ ସହାୟତା ମୃତ୍ୟୁ ପର୍ଯ୍ୟନ୍ତ ଓ ତାଙ୍କ ପରିବାର ପାଇଁ କାର୍ଯ୍ୟକାରୀ ହେଉ। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟବୀମାର ସହାୟତା ରାଶିକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହେଉ। ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଜୀବନର ଶେଷକାଳ ପର୍ଯ୍ୟନ୍ତ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରନ୍ତୁ। ରାଜଧାନୀରେ ରାଜ୍ୟର ସାମ୍ବାଦିକଙ୍କୁ ବିଶ୍ରାମ ନେବା ପାଇଁ ଏକ ଭବନ ନିର୍ମାଣ ହେଉ। ସରକାରଙ୍କ ଅଧିସ୍ବୀକୃତି ନିୟମରେ ମେଡିଆ ହାଉସର ସ୍ବୀକୃତି ମାଗିଛନ୍ତି। ଏବେ ସାମ୍ବାଦିକମାନଙ୍କୁ ସରକାର ଚିହ୍ନଟ କରି ସାରିଛନ୍ତି। ଏଣୁ ସାମ୍ବାଦିକଙ୍କୁ ସରକାର ଅଧିସ୍ବୀକୃତି ପ୍ରଦାନ କରି ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସାମ୍ବାଦିକ ସଂଘ ସଭାପତି ଶ୍ରୀ ନାୟକ ଦାବୀ କରିଛନ୍ତି। ଶେଷରେ ଜାନର ବରିଷ୍ଠ ସଭ୍ୟ କୁନୁ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ। ଜାନ ବ୍ଳକ ସଭାପତି ଯୋଗେଶ୍ବର ଶଗରିଆ, ସରୋଜ ଦାସ, ଅଶ୍ବିନୀ ପାଣିଗ୍ରାହୀ, ରତନ କେତକି, ଦିଲିପ ପଣ୍ତା, ଯୁଧିଷ୍ଠିର ମହାନନ୍ଦ, ବରିଷ୍ଠ ଆଦିତ୍ୟ ମହାଉତି, ବିମଲସିଂ ଦଳପତି, ସନ୍ତୋଷ ଦଣ୍ତସେନା, ସନ୍ତୋଷ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସହିଦ ରେଣ୍ଡୋ ମାଝୀ ଙ୍କ ୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ସାପ୍ତାହିକ ହାଟରେ ଘୋଲଦହି ବାଣ୍ଟିଲେ ଯୁବାମଞ୍ଚ କାର୍ଯ୍ୟକର୍ତା

Leave a Comment

error: Content is protected !!