ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶକ୍ରମେ ତା ୨୭.୧୦.୨୦୨୨ ରିଖ ଦିନ ଫୁଲବାଣୀ ଅବକାରୀ ମୋବାଇଲ ଟିମ୍ ତଥା ସଦର ଅବକାରୀ ଷ୍ଟେସନ ଷ୍ଟାଫ୍ ମିଳିତ ଭାବେ ସଦର ଫୁଲବାଣୀ ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୮ କୁଇଣ୍ଟାଲ ୧୪ କିଲୋଗ୍ରାମ ଶୁଖିଲା ମହୁଲ ଫୁଲ ଜବତ କରିବା ସହିତ ବିନା ଲାଇସେନ୍ସରେ ଏତେ ପରିମାଣ ମହୁଲ ଫୁଲ ରଖିଥିବା ଅଭିଯୋଗ ରେ ଅବକାରୀ ବିଭାଗ ଦେବେନ୍ଦ୍ର ନାଥ ମହାନ୍ତି ଓରଫ କାବୁଲା ମହାନ୍ତି ନାମ ରେ ସୁଦୃକୁମ୍ପା ଏବଂ ଫୁଲବାଣୀ ସହର ଅଞ୍ଚଳରେ ପରିଚିତ ଏହି ବ୍ୟକ୍ତି ଙ୍କ ନାମରେ ଅବକାରୀ ନିରୀକ୍ଷକ, ଜିଲ୍ଲା ଭ୍ରାମ୍ୟମାଣ,କନ୍ଧମାଳ କେସ ନମ୍ବର ୫୭/୨୦୨୨-୨୩ , ତା ୨୭.୧୦.୨୦୨୨ ରେ ମାମଲା ରୁଜୁ କରାଯାଇ ଅବକାରୀ ତଦନ୍ତ ଜାରି ରଖିଥିବା ଏସ ଆଇ ବାବୁନ ଜେନା ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

Sunil Chandra Nayak

ଆସିଲା ନୂଆ ଆଇଟି ନିୟମ.. ଏଣିକି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ ଓ ରଦ୍ଦ କରିପାରିବେ ସରକାର।

Sunil Chandra Nayak

ଜୟପାଟଣା ପୁଲିସ କୁ ମିଳିଲା ବଡ ସଫଳତା

Sunil Chandra Nayak

Leave a Comment

error: Content is protected !!