ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅହିଂସା ରଥ କୁ ଭବ୍ୟ ସମ୍ବର୍ଦ୍ଧନା ପାଇଁ ବ୍ଲକ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉମରକୋଟ(ମ ନି ସ )୦୭/୦୯ ଆସନ୍ତା ୯ ତାରିଖ ରେ ଆଜାଦିକା ଅମୃତ ମୋହତ୍ସବ ର ଅହିଂସା ରଥ ରାଇଘର ଆସୁଥିବା ବେଳେ ଏହାକୁ କିପରି ଭାବେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ସେଥିନେଇ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଛି। ୯ ତାରିଖ ଦିନ ବ୍ଲକ ପ୍ରଶାସନ ପକ୍ଷରୁ ସରଗୁଲି ନିକଟରୁ ସ୍ୱାଗତ କରାଯିବ। ରଥ କୁ ରାଇଘର ନିକଟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭା ଯାତ୍ରା ରେ ରାଇଘର ବ୍ଲକ କାର୍ଯ୍ୟାଳୟ କୁ ଅଣାଯିବ।ଜଗନ୍ନାଥ ମନ୍ଦିର ଠାରୁ ପତ୍ରକୁଟି ଛକ ଡିଏନ୍‌କେ ଛକ ଦେଇ ଏକ ବିରାଟ ଶୋଭା ଯାତ୍ରା ରେ ଅହିଂସା ରଥ ରାଇଘର ବ୍ଲକ କାର୍ଯ୍ୟାଳୟ କୁ ଆସି ସେଠାରେ କାର୍ଯ୍ୟକ୍ରମ ସାରି କିଛି ସମୟ ବିଶ୍ରାମ କରିବା ପରେ ଗଞ୍ଜାପାରା ଦେଇ କୁନ୍ଦେଇ ଗ୍ରାମ କୁ ଯିବ ଅହିଂସା ରଥ। ପରେ ଅହିଂସା ରଥ ରାଇ ଘର ବ୍ଲକ କାର୍ଯ୍ୟାଳୟ କୁ ଫେରିବ। ପରେ ଅହିଂସା ରଥ ଉମରକୋଟ ଅଭିମୁଖେ ଯାତ୍ରା କରିବ। ଆଜି ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ଙ୍କ ଅଧ୍ୟକ୍ଷତା ରେ ଏହି ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ, ଓକିଲ ସଂଘ ସଭାପତି ପୁରୁଷତମ ମହାପାତ୍ର,ସଂପାଦକ କିରଣ କୁମାର ପଟ୍ଟନାୟକ,ସାମ୍ବାଦିକ ସଂଘର ସଭାପତି ଭବାନୀ ନାୟକ, ଜି ପି ଓ ଅଜୟ ନନ୍ଦ ଙ୍କ ସମେତ ବିଭାଗୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଶ୍ରାବଣୀ ବ୍ରତ

Sunil Chandra Nayak

Leave a Comment

error: Content is protected !!