ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମାଣ ହୋଇଛି। ଶନିବାର ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ଉକ୍ତ ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ଥିବାବେଳେ ଏହାର ନାମ ଷ୍ଟାଚ୍ୟୁ ଅଫ ବିଲିଫ୍‌ ବା ବିଶ୍ବାସ ସ୍ବରୂପମ୍‌ ଦିଆଯାଇଛି। ଉକ୍ତ ମୂର୍ତ୍ତି ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି। ସନ୍ଥ କୃପା ସନାତନ ସଂସ୍ଥାନ ଦ୍ବାରା ଏହାର ନିର୍ମାଣ କରାଯାଇଛି।

ନାଥଦ୍ବାରାର ଗଣେଶ ଟେକରୀରେ ନିର୍ମାଣ ହୋଇଥିବା ଏହି ପ୍ରତିମାରେ ୩୦୦୦ ଟନ ଇସ୍ପାତ ଓ ଲୁହା, ୨.୫ ଲକ୍ଷ ଘନ ଫୁଟ୍‌ର କଂକ୍ରିଟ ଓ ବାଲି ବ୍ୟବହାର ହୋଇଛି। ୨୫୦ କିମି ବେଗରେ ପବନ ବହିଲେ ମଧ୍ୟ ମୂର୍ତ୍ତି ସୁରକ୍ଷିତ ‌ରହିବ। ଷ୍ଟାଚ୍ୟୁ ଅଫ୍ ବିଲିଫର ପରିକଳ୍ପନା ମିରାଜଗ୍ରୁପ, ଉଦୟପୁରର ଅଧ୍ୟକ୍ଷ ମଦନ ପାଲିୱାଲ କରିଥିଲେ।

ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି ।ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଏହି ମୂର୍ତ୍ତିର ଏତେ ବିଶାଳ ହୋଇଛି ଯେ, ୨୦ କିଲୋମିଟର ଦୂରରୁ ଏହା ଦୃଶ୍ୟମାନ ହେବ । ରାତିରେ ଦୃଶ୍ୟମାନ ହେବା ପାଇଁ ଏଥିରେ ଉନ୍ନତ ଧରଣର ଆଲୋକୀକରଣ କରାଯାଇଛି ।

ଭକ୍ତମାନଙ୍କ ସୁବିଧା ପାଇଁ ଲିଫ୍ଟ, ହଲ ଏବଂ ସିଡିର ବ୍ୟବସ୍ଥା କରାଯାଇଛି । ଏହାର ନିର୍ମାଣରେ ୩ ହଜାର ଟନ ଇସ୍ପାତ ଲୁହା, ୨.୫ ଲକ୍ଷ ଘନ ଟନର କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଏହାର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ 131 ତମ ଜୟନ୍ତୀ ପାଳନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

Sunil Chandra Nayak

କବିତା – ଆମେ ତ ଉତ୍କଳ ସନ୍ତାନ

Sunil Chandra Nayak

Leave a Comment

error: Content is protected !!