ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇମାନୁଏଲ୍ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ର   କର୍ଲା କୋଟ  ଗ୍ରାମର   ଇମାନୁଏଲ୍  ପବ୍ଲିକ ସ୍କୁଲରେ ବିଜ୍ଞନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ  ଇମାନୁଏଲ୍  ପବ୍ଲିକ ସ୍କୁଲର ଅଧକ୍ଷ ଚିତ୍ରସେନ ମାଝି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ସମ୍ମାନିତ  ଅତିଥି ରୂପେ ବଣିଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ବଣିଜରା ପଞ୍ଚାୟତ ହାଇ ସ୍କୁଲର ସହକାରୀ ଶିକ୍ଷକ ଚନ୍ଦ୍ର ହାସ୍ୟ ମେହେର ,ସଞ୍ଜୀବ କୁମାର ପ୍ରଧାନ ,ଶିକ୍ଷକ ରାଜକିଶୋର ସାହୁ ।ଏମଡି ଉଦ୍ଧବ ପ୍ରଧାନ ,ସୁଶୀଲ କୁମାର ନ।ଏକ ,କୁସୁମ ଲତା ବେହେରା ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ବ୍ୟମକେଶ ପୁରୋହିତ ପ୍ରମୁଖ ଯୋଗଦାନ କରି ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ବିଜ୍ଞାନ ମେଳା ରେ ଅନେକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜର ବିଷୟ ବସ୍ତୁକୁ ପ୍ରଦର୍ଶନ କରିଥିଲେ ।ଏଥିରେ ଜୁନିଅର ଓ ସିନିଅର ବିଭାଗ କରାଯାଇଥିବା ବେଳେ ସିନିୟର ବିଭାଗ ରେ ତ୍ରୟମ ମେହେର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚନ୍ଦ୍ର ଭାନୁ ମଙ୍ଗରାଜ ଦୂତୀୟ ଏବଂ ଅ।ରୁଷି ମେହେର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଥିଲେ । ସେହିପରି ଜୁନିୟର ବିଭାଗ ରେ ଗିରିଜା ଶଙ୍କର ନ।ଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାରା ମଙ୍ଗରାଜ ଦୂତୀୟ ଏବଂ ଖଣ୍ଡେ ସ୍ୱର କାଣ୍ଡ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ସତ୍ୟ ସାଇ ନ।ଏକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ସଚି କାନ୍ତ ନ।ଏକ ,ଲୋକେନ୍ଦ୍ର ରାଉତ ,ରିଙ୍କୁ ମିଶ୍ର ,ଛବି ନ।ଏକ ,ଶିକ୍ଷୟତ୍ରୀ ସୁଜାତା ବିଶ୍ୱାଳ ,ସଂଗୀତା ନ।ଏକ ଏବଂ ହୀରା କୁମାର ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ର।କ୍ଷୀ ବାଗ ,ରମା କାନ୍ତ ମଙ୍ଗରାଜ ,ଅଜୟ ଠାକୁର ,କଳିନ୍ଦ୍ରୀ ପ୍ରଧାନ ଏବଂ ନନ୍ଦିଘୋଷ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ ।ଅନୁଷ୍ଠାନର ଏ ମ ଡି ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଇଶ୍ଵର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଦୁହିତା

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

Sunil Chandra Nayak

Leave a Comment

error: Content is protected !!