ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେବୁଲ ତାର ଚୋରୀ ଅଭିଯୋଗ ରେ ୩ ଜଣ କୁ କୋର୍ଟ ଚାଲାଣ

ନୂଆପଡା/, ନୁଆପଡା ଜିଲ୍ଲା ଖଡିଆଳ ଅଚଂଳ ରେ ସିରିଜ୍ ଭାବେ ଜଳଯୋଗାଣ ପାଇଁ ଲଗାଯାଇଥିବା ପମ୍ପ ହାଉସ ରୁ କେବୁଲ ଚୋରୀ ଅଭିଯୋଗ ରେ ଖଡିଆଳ ପୋଲିସ ୩ ଜଣ କୁଂ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି । ଗିରଫ ମାନେ ହେଲେ ଖଡିଆଳ ଥାନା ଦାବରୀ ଗାଁ ର ରୂପସିଂ ଜଗତ (୨୬)ଖଡିଆଳ ସହର ର ଓ୍ଵାର୍ଡ ନଂ ୩ ଦଳପଡା ର ତ୍ରିଲୋଚନ ବାଗ (୨୦) ଏବଂ ବାଗଂଟିପଡା ର ମୁନା ଗହିର ବୋଲି ଜଣାପଡିଛି । ଏବଂ ସେମାନକଂ ଠାରୁ ଚୋରୀ ହୋଇଥିବା ତାର ମଧ୍ୟରୁ ୨୧ କେଜି ପୋଡା ତାର ଏବଂ ଚୋରୀ ରେ ବ୍ୟବହୃତ ହୋଇଥିବା ଦୁଇ ଗୋଟି ବାଇକ ଜବତ କରିଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁସାରେ ଗିରଫ ୩ ଜଣ ଅଭିଯୁକ୍ତ କଂ ସମେତ ଅନ୍ୟ ଜଣେ ଡ୍ରିଲିଗଂ ମେସିନ ଚୋରୀ ଅଭିଯୋଗ ରେ ୨୭ ତାରିଖ ଗିରଫ୍ ହୋଇ ଜେଲ୍ ରେ ଥିବା ଅଭିଯୁକ୍ତ ମିଶି ସିରିଜ୍ ଭାବେ ଖଡିଆଳ ବ୍ଲକ ର ଡୁଆଝର, ନେହେନା ଏବଂ ତୁକଲା ପଚାଂୟତ ବାସୀ ପାଇପ ଯୋଗେ ପିଇବା ପାଣି ଯୋଗାଉ ଥିବା ଜଳ ଯୋଗାଣ ପ୍ରକଳ୍ପ ରୁ କେବୁଲ ତାର ଚୋରୀ କରିଥିଲେ । ଫଳ ରେ ସଂପୃକ୍ତ ଅଚଂଳ ରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ସଂପୃକ୍ତ ପଚାଂୟତର ସରପଚଂ ମାନେ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ କୁ ଆଧାର କରି ଖଡିଆଳ ପୋଲିସ ପୃଥକ ପୃଥକ ତିନି ଗୋଟି ମାମଲା ରୁଜୁ କରି ଅଭିଯୁକ୍ତ ମାନକୁଂ ଗିରଫ କରିବା ରେ ସଫଳ ହୋଇ ଥିବା ଖଡିଆଳ ଏସଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ବନ୍ଧୁ ମିଳନ ପର୍ବ

Sunil Chandra Nayak

ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!