ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

ବୌଦ୍ଧ :29/10 – ଆଜି ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ 4 ଦଫା ସମ୍ବଳିତ ଦାବି ପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଛି l ଦାବିଗୁଡିକ ହେଲା ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (2001)ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର contractual ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ 6 ଟି increment ପ୍ରଦାନ କରାଯାଉ l ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ l ପ୍ରାଥମିକ ଶିକ୍ଷକ ଙ୍କୁ 2800 ଗ୍ରେଡ଼ ପେ ପ୍ରଦାନ କରାଯାଉ l Ex-cadre ଉଛେଦ କରାଯାଉ l ଉପୋରକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲେ l ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ NPS ସଂଘ ର ବ୍ଲକ ସଭାପତି ରାଜକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା l ଉକ୍ତ ସଭାରେ ରାଜ୍ୟ NPS ସଂଘ ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲା ସଭାପତି ଦିଲୀପ ପ୍ରଧାନ, ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ ସମ୍ପାଦକ ଶିଶିର ଖଟୁଆ ଉପ ସଭାପତି ସୁଦାମ ଚରଣ ମିଶ୍ର, ଜ଼ିଲ୍ଲା ଗଣ ଶିକ୍ଷକ ସଂଘ ର ସଭାପତି ବିରେନ ଦାସିଆ, ଜ଼ିଲ୍ଲା BEd ସଂଘ ସଭାପତି ସୌମିତ୍ରୀ ପୋଲିଆ, ଜ଼ିଲ୍ଲା ସମ୍ପାଦକ ମହେଶ ସେଠି ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ପ୍ରକିୟା ରେ NPS ଶିକ୍ଷକ ଙ୍କୁ ସାମିଲ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଲ କୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଉପସଭାପତି ରଂଜିତା ମିଶ୍ର, ବସନ୍ତ ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ ଧରଣୀ ଧର ମେହେର, ଅନାଦି ଚରଣ ବେହେରା, କୋଷାଧକ୍ଷ ସନ୍ତୋଷ କର୍ଣ୍ଣ, ମିଡ଼ିଆ ସଂଯୋଜକ ବିଜୟ କୁମାର ସାହୁ, କାର୍ଯ୍ୟକାରି ସଭ୍ୟ ରେଣୁପ୍ରଭା ବେହେରା, ଚାପାଧାରୀ ପତ୍ର, ପ୍ରଦୀପ କୁମାର ସାହୁ, ବ୍ଲକ କର୍ମକର୍ତ୍ତା ରଜତ କୁମାର ନାଏକ, ପ୍ରସନ୍ନ ଭୁକ୍ତା, ଅଜୟ ମିଶ୍ର, ଉତ୍ତମ ନାଏକ, ବିଜୟିନୀ ପାତ୍ର, ମମତା ବେରିହା, ସୁଶାନ୍ତ ପଣ୍ଡା ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ଅମାତ, ବୀର ବିକ୍ରମ ପ୍ରଧାନ,ଉପଦେଷ୍ଟା ଲୋକନାଥ ପାଢ଼ୀ, ଗୌରୀ ପ୍ରସାଦ ସାହୁ, ନିରାକାର ସାହୁ, ପଞ୍ଜନା ପଢି, ଜୟନ୍ତୀ କାନୁନଗୋ ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

Leave a Comment

error: Content is protected !!