ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ଯୁବମୋର୍ଚ୍ଚା ର ଧାରଣା ପହଞ୍ଚିଲା ତୃତୀୟ ଦିନରେ , ଅନ୍ଵେଷା ଛାତ୍ର ମୃତ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଫୁଲବାଣୀ ଟାଉନ ଥାନାରେ ଦେଲେ ଅଭିଯୋଗ

ଫୁଲବାଣୀ /  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ସେବାଶ୍ରମ ର ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ପରେ ମୃତ୍ୟୁ ଓ ଫୁଲବାଣୀ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କୁ ଆଜିର ଧାରଣା ସ୍ଥଳରେ ଘୋର ନିନ୍ଦା କରି ବିଭିନ୍ନ ସ୍ଳୋଗାନ ସବୁ ଦିଆଯାଇଥିଲା । ଧାରଣା ପରେ ଅର୍ଥାତ୍ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଁହର ଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ଅନ୍ୱେଷା ହଷ୍ଟେଲର ସୁପରିଟେଣ୍ଡ୍ ଓ ତାଙ୍କ ସହଯୋଗୀ ଛାତ୍ର ଟିକୁ ପିଟି ପିଟି ମାରିଦେଇଥିବା ସାଧାରଣରେ ଚର୍ଚା ହେଉଥିବା ଏବଂ ସେଥିପାଇଁ ସେମାନେ ଶବ ବ୍ୟବଛେଦ ନକରି ତାଙ୍କ ଘର ଲୋକଙ୍କୁ ଚାପଦେଇ ଶବ ହସ୍ତାନ୍ତର କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ମାନଙ୍କ ନାମରେ କେସ୍ ରୁଜୁ କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବିକରି ଫୁଲବାଣୀ ଟାଉନ୍ ଥାନାରେ ଏକ କେସ୍ ଦେଇଛନ୍ତି । ସୂଚନା ଥାଉକି ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ମାମଲା ଏବଂ ଫୁଲବାଣୀ ଅନ୍ବେଷା ହଷ୍ଟେଲର ଛାତ୍ର ମୃତ୍ୟୁ ମାମଲାରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଗତ ଦିନରେ ଘଣ୍ଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲେ ଶୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଯୋଗୁଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜିକୁ ତିନିଦିନ ହେଲା ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିଛି । ଆଜିର ଏହି ଧାରଣା ସ୍ଥଳରେ ଯୁବ ମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର , ସାଧାରଣ ସଂପାଦକ ଜଗନ୍ନାଥ ସାହୁ (ଟିକୁ) , ବିଜେପି ସଂପାଦକ ମାନଗୋବିନ୍ଦ କହଁର , ଦେବେନ୍ଦ୍ର କୁଦେଇ, ଚନ୍ଦ୍ରପଣ୍ଡା , ବରିଷ୍ଟ ବିଜେପି ନେତା ତଥା ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି , ଲିଙ୍ଗରାଜ ଦଳବେହେରା, ରାଜ୍ୟ ଏସ ସି ମୋର୍ଚ୍ଚା ଉପ ସଭାପତି ରାମବିଶି ଦିଗାଲ, ଜିଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି , ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଅବନ୍ନେଶ୍ୱର୍ ପ୍ରଧାନ,ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ବିଶିକେଶନ ପ୍ରଧାନ ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଫୁଲବାଣୀ ପୋୖରଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଏବଂ କାଉନସିଲର ନିବେଦିତା ପାତ୍ର। ବସନ୍ତ ସାହାଣୀ ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଦେବାଶିଷ ସାହାଣୀ, ଅରବିନ୍ଦ ପଟ୍ଟନାୟକ, ସଂଜିତ୍ ପାତ୍ର ,ଆଦିତ୍ୟ କହଁର, ଏବଂ ଯୁବ ମୋର୍ଚ୍ଚା ର ବହୁ ସଂଖ୍ୟା ରେ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ତ୍ରିପତି ପ୍ରଧାନ ଙ୍କ କବିତା ଘୋଷ ଯାତ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କୃଷ୍ଣ ରୂପେ ଆସ ତୁମେ

Sunil Chandra Nayak

Leave a Comment

error: Content is protected !!