ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି-୩୦/୧୦/୨୨ -ଡି ଏନ ଏ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସମରେନ୍ଦ୍ର ଭୌମିକ ଯୋଗ ଦେଇଛନ୍ତି। ଦାୟିତ୍ଵ ଗ୍ରହଣ ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ, ହେଲେରୀ ଇସାୱେଲ ସୁନା,ରମେଶ ଟାକ୍ରୀ ,ଦିଲିପ ପଣ୍ଡା,ସୁନନ୍ଦିନୀ ତ୍ରିପାଠୀ, କିରାଣୀ ଅରୁଣ କୁମାର ରଥଙ୍କ ସମେତ ଅନ୍ୟମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବ୍ଲକ ର ସି ଆର ସି ସି ମାନେ ମଧ୍ୟ ବି ଇ ଓ ଭୌମିକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ପୂର୍ବରୁ ପାପଡାହାଣ୍ଡି ବିଇଓ ବୀରେନ୍ଦ୍ର କୁମାର ପାଢ଼ୀ ଏଠାକାର ଅତିରିକ୍ତ ଦାୟିତ୍ଵ ତୁଲାଉଥିଲେ।ତେବେ ଶ୍ରୀ ଭୌମିକ ଏହା ପୂର୍ବରୁ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକରେ ବିଦ୍ୟାଳୟ ଗୁଡିକ ରେ ଛାତ୍ର ଛାତ୍ରୀ ଅନୁପାତ ରେ ଶିକ୍ଷକ ଶିକ୍ଷୟତ୍ରୀ ରଖିବା ପାଇଁ ରାସ୍ନାଲସିଜେସନ କରିବା ପାଇଁ ପ୍ରୟାସ କରିବେ। ଯଦ୍ୱାରା ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତଗଠନ ପାଇଁ ଶିକ୍ଷକ ସମାଜ ନିରନ୍ତର କାର୍ଯ୍ୟ କରିପାରିବେ। ଏଥିପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମରେନ୍ଦ୍ର ଭୌମିକ ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

Sunil Chandra Nayak

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!