ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

ବାଲେଶ୍ଵର,୩୦/୧୦/୨୨- ରୂପସା ବୈଶିଙ୍ଗା ବ୍ଲକ ଆମ୍ବଗଡ଼ିଆ ବିକାଶ ପରିଷଦ, ଭଗବାନପୁର୍ ଦ୍ଵାରା ଆୟୋଜିତ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଓ ପ୍ରତିଭା ସମ୍ମାନ ଉତ୍ସବ- ୨୦୨୨ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ଯ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵରର ଲୋକପ୍ରିୟ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୂଖ୍ଯବକ୍ତା ଭାବେ ପିଞ୍ଛାବଣିଆଁ ଗୁରୁକୁଳ ଆଶ୍ରମର ଆଚାର୍ଯ୍ୟ ବିଜୟ ଜୀ, ସମ୍ମାନୀତ ଅତିଥି ଭାବେ ଲାୟନ୍ସ କ୍ଲବ ସମ୍ପାଦକ ତଥା ଯୁବ ସମାଜସେବୀ ସୁମନ୍ତ କୁମାର ଜେନା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ପ୍ରତିଭା ସମ୍ପନ୍ନ ବ୍ଯକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଭାଗବାନପୁର ଗ୍ରାମର ପ୍ରତିଷ୍ଠାତା ଭାଗବାନ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ବିକାଶ ପରିଷଦର ସ୍ଥାୟୀ ସଭାପତି ଅର୍ନ୍ତର୍ଯ୍ଯାମୀ ମହାପାତ୍ର, ସମାଜସେବୀ ଅମର ପାଳ, ମଞ୍ଜୁବତୀ ବିଶ୍ବାଳଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । ଚକ୍ରଧର ଆଚାର୍ଯ୍ଯ ବେଦପାଠ କରିଥିବା ବେଳେ ସମାଜସେବୀ ସୁମନ୍ତ ଜେନା ଫିତାକାଟି ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ଶେଷରେ ସାଂସଦଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ପଣସ ଗଛରୁ ପଡି ଜଣେ ବ୍ଯକ୍ତି ଗୁରୁତର

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

Sunil Chandra Nayak

Leave a Comment

error: Content is protected !!