ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର , ଘଟଣା ସ୍ଥଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍

ଝରିଗାଁ , ୩୦/୧୦ : ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତାର ପଲସଗାଁ ନିକଟରେ ଥିବା ଏକ ଧାନ ବିଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ରବିବାର ସକାଳ ପ୍ରାୟ ୧୦ ଟାରେ ମନ ଗୌଡ଼ ନିଜ ଧାନ କ୍ଷେତକୁ ଯାଇ ବିଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିଥିଲେ। ଭୟଭୀତ ହୋଇ ସେଠାରୁ ଫେରିବା ବାଟରେ ଗ୍ରାମର ଭରତ ମାଝିଙ୍କୁ ଭେଟି କହିଥିଲେ। ପରେ ଉଭୟ ଗାଁର ୱାର୍ଡ ମେମ୍ବରକୁ ଜଣାଇବା ପରେ ଝରିଗାଁ ଥାନାରେ ଖବର ଦେଇଥିଲେ। ଘଟଣାସ୍ଥଳରେ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ଏ ଏସ ଆଇ ରାମ ଚନ୍ଦ୍ର ନାଏକ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି। ଶବଟି ଫୁଲିଯାଇ ଦୁର୍ଗନ୍ଧ ବାହାରିଥିଲା। ଆଖପାଖ ଅଞ୍ଚଳରେ ଏକ ଭୟର ବାତାବରଣ ଦେଖା ଯିବା ସହ ସଂପୃକ୍ତ ଅଜଣା ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପ୍ରତ୍ୟେକଦର୍ଶୀ l ଅପରାହ୍ନରେ ପୋଲିସ୍ ସହାୟତାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଗଳିତ ଶବ ଉଦ୍ଧାର କରାଯାଇଛି l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

Sunil Chandra Nayak

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

Leave a Comment

error: Content is protected !!