ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ପଡା ରାସ୍ତା ସୁଧୁରିବ କେବେ? 

ଉତ୍କେଲା,୩୧/୧୦,/  କେସିଙ୍ଗା ବ୍ଲକ ଉତ୍କେଲା ଆଦର୍ଶ ପଞ୍ଚାୟତ ହୋଇଥିଲେ ମଧ୍ୟ ପଞ୍ଚାୟତ ର ରାସ୍ତା ଘାଟ କୁ ଦେଖି ତାର ବିପରିତ କୁ ବୁଝାଉଛି। ବେହେରା ପଡା ର ଲକ୍ଷ୍ମୀ ମଣ୍ଡପ ରାସ୍ତା ପଡା ଲୋକଙ୍କ ଅଳିଆ ଆବର୍ଜନା ,ପରିସ୍ରା ପାଣି ମଝି ରାସ୍ତା ରେ ବର୍ଷା ଦିନ ଭଳି ବୋହୁଛି। ପଡାରେ କୌଣସି ଡ୍ରେନ ନିର୍ମାଣ କରାଯାଇ ପାରୁନାହିଁ। ଏପଟେ ଡ୍ରେନ ନିର୍ମାଣ କରାଗଲେ ରାସ୍ତା ସଙ୍କୁଚତ ହେବ । ରାସ୍ତା କୁ ମାଡି ବାଡ ଦ୍ବାର ପାହାଚ ସବୁ କିଛି ଲୋକ ନିର୍ମାଣ କରିଥିବାରୁ ସେସବୁ ଭାଙ୍ଗିଲା ପରେ ଡ୍ରେନ ନିର୍ମାଣ କରାଯାଉ ବୋଲି ଦାବୀ କରିଛନ୍ତି ପଡାଲୋକେ। ଭାଙ୍ଗିବା ଦ୍ବନ୍ଧ କୁ ନେଇ କିଏ ସେଠାରେ ପଡୁନାହାନ୍ତି। ପୁର୍ବ ସରପଞ୍ଚ ଥିଲାବେଲେ ମଧ୍ୟ ଏକଥା ପଡିଥିଲା। ବର୍ତ୍ତମାନ ମଧ୍ୟ ସରପଞ୍ଚ, ବିଡିଓ ଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।,ଅଳିଆ ପାଣି ସକାଳ ଓ ସଂନ୍ଧ୍ୟା ରେ ନିର୍ଗତ ବେଲେ ଉତ୍କଟ ଗନ୍ଧ ହେବା ଯୋଗୁଁ ଚାଲିବା ଲୋକ ନାକ ଟେକୁଛନ୍ତି। ପ୍ରକୃତ ଆଦର୍ଶ ପଞ୍ଚାୟତ ଉତ୍କେଲା କୁ ଗଢିବାକୁ ହେଲେ ପ୍ରତୌକ ପଡା ର ରାସ୍ତା କୁ ଚିହ୍ନ ଦେଇ ଜବରଦଖଲ କରି ମାଡି ବାଡ,ପାହାଚ ଭଙ୍ଗାଯାଇ ଦୁଷିତ ପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ଉପଯୁକ୍ତ ଡ୍ରେନ ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

କୃଷିବିଭାଗ ଯୁଗ୍ ନିର୍ଦେଶକ ଙ୍କ ତେନ୍ତୁଳିଖୁଣ୍ଟି ରେ ବିଭିନ୍ନ ବିଭାଗ ର ବିଭିନ୍ନ ପ୍ରକଳ୍ପ ସମୀକ୍ଷା

Sunil Chandra Nayak

ଲଡୁ ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

Sunil Chandra Nayak

Leave a Comment

error: Content is protected !!