ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛୋଟ ପିଲାଙ୍କଭିକ୍ଷା ବୃତ୍ତି ; ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ମ.ରାମପୁର,୩୧/୧୦(ମସୀହା): ସମାଜରେ ଭିକ୍ଷା ବୃତ୍ତି ଏକ ଘୃଣ୍ୟ ପ୍ରଥା l ଯେଉଁ ମଣିଷ ନିହାତି ଗରିବ ଅସହାୟ କିମ୍ବା ପରିଶ୍ରମ କରିବାକୁ ସଂପୂର୍ଣ୍ଣ ଅକ୍ଷମ ସେ ବ୍ୟକ୍ତି ଭିକ୍ଷା ମାଗିଲେ ତାକୁ ଦାତା ଦେବାରେ କୁଣ୍ଠା ବୋଧ କରେ ନାହିଁ l ସେଇ ଭଳି ବ୍ୟକ୍ତି ଭିକ୍ଷା ପାଇବାର ଯୋଗ୍ୟ l କିନ୍ତୁ ଯେଉଁ ମାନେ କର୍ମକୁଣ୍ଠ l ସୁସ୍ଥ ସବଳ ଥାଇ ଭଗବାନଙ୍କ ଫଟୋ ଧରି ଭିକ୍ଷା ବୃତ୍ତି କରୁଛନ୍ତି l ସେମାନେ ସମାଜ ପାଇଁ କଳଙ୍କ l ନିରୁପାୟ ହୋଇ ଭିକ୍ଷା ମାଗିବା ଓ ଭିକ୍ଷା କୁ ବୃତ୍ତି କରିବା ଅଲଗା କଥା l ଆଜି କାଲି ଲୋକେ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରି ଭିକ୍ଷା ବୃତ୍ତି କରୁଛନ୍ତି l ବିଶେଷ କରି ଏବେ ଛୋଟ ଛୋଟ ପିଲା ଓ ମହିଳାଙ୍କୁ ଲଗାଇ ଭିକ୍ଷା ବୃତ୍ତି କରା ଯାଉଛି l ବଡ ଦୁଃଖ ଓ ଚିନ୍ତାର କଥା ଯେ, ବାହାର ରାଜ୍ୟରୁ ଆସୁଥିବା ବାରବୁଲା ଲୋକମାନେ ନିଜ ନିଜ କୋମଳମତି ଛୋଟ ପିଲା ମାନଙ୍କୁ ଏହି ହୀନ ଭିକ୍ଷା ବୃତ୍ତି ରେ ଲଗାଇଛନ୍ତି l ଭିକ୍ଷା ବୃତ୍ତିରେ ୭/୮ ମାସର ପିଲା ମଧ୍ୟ ବାଦ୍ ପଡ଼ିନାହିଁ l ଏମାନେ ଭିକ୍ଷା କରି ଟଙ୍କା ନେଉଛନ୍ତି l ବାପା, ମା ବସି ଖାଉଛନ୍ତି l ଆଜି ଏଭଳି ମନକୁ ଚିନ୍ତାଶୀଳ କଲାଭଳି ଏକ ଦୃଶ୍ୟ ମ.ରାମପୁର ଆଞ୍ଚଳରେ ଦେଖା ଦେଇଛି l ଗୋଟିଏ ୬/୭ ବର୍ଷ ର ପିଲା ପୁଣି ଗୋଟିଏ ୭/୮ ମାସର ଛୋଟ ପିଲାକୁ କାଖେଇ ଏ ଦୋକାନ ରୁ ସେ ଦୋକାନ ହେଇ ଭିକ ମାଗି ବୁଲୁଥିଲା l ତାକୁ ଦେଖି ଦୋକାନୀ ଏବଂ ରାସ୍ତାରେ ଯାଉଥିବା ପଥିକ ମାନେ ମଧ୍ୟ ଦୟା ପରବସ ହୋଇ ତଙ୍କା ଦେଉଥିଲେ l ତ ଆଉ କିଏ ଖାଇବାକୁ ମଧ୍ୟ ଦେଉଥିଲେ l କହି କେହି ତା ବାପା ମାଙ୍କୁ ପ୍ରଚୂର ଗାଳି ମଧ୍ୟ ଦେଇଥିଲେ l କେତେ ସମୟରୁ ସେମାନେ ଭିକ୍ଷା ମାଗୁଥିଲେ କେଜାଣି ଦିନ ସାଢେ଼ ଏକଟା ପାଖା ପାଖି ଏକ ଦୋକାନ ସମ୍ମୁଖରେ ବସି ଛୋଟ ଭାଇର ସାର୍ଟ ପୋକେଟ କୁ ଅଣ୍ଡାଳି ଅଣ୍ଡାଳି କେତେ ଟଙ୍କା ସେ ପାଇଛି ଟଙ୍କାକୁ ବାହାର କରି ଗଣୁ ଥିଲା l କିନ୍ତୁ ଅନ୍ୟ ପଟେ ଛୋଟ ପିଲାଟି ଭୋକ ବିକଳରେ ରାହା ଧରି କ୍ରନ୍ଦନ କରୁ ଥିଲା l ସେ ଦୃଶ୍ୟ ଦେଖିଲେ ଯେ କେହି ବି ମନରେ ଦୟାଶୀଳ ହେବ l ସେମାନଙ୍କୁ ଭିକ୍ଷା ଦେବ ଏବଂ ଦୋକାନୀ ଖାଇବାର ଦ୍ରବ୍ୟ ମଧ୍ୟ ଦେବ l କିଛି ଲୋକ ଟଙ୍କା ଦେଲେ ମଧ୍ୟ l ଏଭଳି କରୁଣ୍ ଦୃଶ୍ୟ ଦେଖାଇ ଏବଂ ପରିଶ୍ରମ କରି ଛୋଟ ପିଲାମାନେ ଭିକ୍ଷା ବୃତ୍ତି କରୁଛନ୍ତି l ଆଉ ବାପା, ମା ମାନେ ପିଲାଙ୍କ ଭିକ୍ଷା ଟଙ୍କାରେ ଆରାମ ରେ ବସି ଖାଉଛନ୍ତି l ଏଭଳି ବାପା,ମାଙ୍କ ପ୍ରତି ପ୍ରଶାସନ କିଛି ପଦକ୍ଷେପ ନେଇ ଦଣ୍ଡ ଦେବା ଉଚିତ୍ ନଚେତ୍ ଏଭଳି ପ୍ରଥା ଦିନକୁ ଦିନ ବୃଦ୍ଧି ପାଇବ ବୋଲି ଲୋକେ ଚିନ୍ତା ପ୍ରକଟ କରିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ରମ୍ୟରୂପ 

Sunil Chandra Nayak

ଯଶିପୁର ପ୍ରସିଦ୍ଧ ଗ୍ରାମୀଣ ବାହୁଡା଼ ଯାତ୍ରା ସଂପନ୍ନ,୧୫,୦୦୦ ରୁ ଉର୍ଦ୍ଧ୍ବ ଜନ ସମାଗମ

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!