ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ପୁର୍ଲା ପାଖ ଧାମନାଗୁଡା ଗ୍ରାମରେ ଚାଲିଥିବା ମାଁ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଉଦଯାପିତ ହୋଇଯାଇଛି। ୩ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ ଟି ଦଳ ଭାଗ ନେଇଥିଲେ। ଝରିଗାଁ ବ୍ଲକ ପାଇଁ ପ୍ରଥମ / ଜିଲ୍ଲା ପାଇଁ ପ୍ରଥମ ଥର ଦୁଇଟି ମେଣ୍ଢା ପ୍ରାଇଜ ରଖିଥିଲେ । ପୁର୍ଲା ଧାମନାଗୁଡା ଗ୍ରାମରେ ପ୍ରଥମ ଫାଇନାଲ ମ୍ୟାଚ ଟି ଗୋରାମା ଓ ଦ୍ୱିତୀୟ ଫାଇନାଲ ମ୍ୟାଚ ଘଇଯୋଡି ତୃତୀୟ ଫାଇନାଲ ମ୍ୟାଚ ଟି ଭିମାଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳନା କରିଥିବା ଝରିଗାଁ ପ୍ରଥମ ଶ୍ରେଣୀୟ ରେଫରି ଟନିକ ବିଶ୍ବାସ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ ମ୍ୟାନ ମଙ୍ଗନାଥ ଭତ୍ରା ଓ ଶଙ୍କର ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରସିଂ ଭତ୍ରା ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଶରତ କୁମାର ଗିରି ପ୍ରଥମ ଟିମ୍ ଗୋରାମା ଟ୍ରପି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଥିଲେ। କାନାଖଡ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମୁଦିନୀ ପୂଜାରୀ ଦ୍ଵିତୀୟ ଟିମ ଘଇଯୋଡି ଟ୍ରଫି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଥିଲେ । ପୁର୍ବତନ ସରପଞ୍ଚ ରୁପଧର ଭତ୍ରା ତୃତୀୟ ଟିମ୍ କୁ ଟି ଭିମାଗୁଡା ଦଳ କୁ ଟ୍ରଫି ସହ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । କାନାଖଡ ସମିତି ସଭ୍ୟ ଶ୍ରୀ ପ୍ରଦୀପ ବିଶ୍ଵାସ ଓ ଧାମନାଗୁଡା ୱ।ଡ ମେମ୍ବର ଶ୍ରୀ ଅମଲ ସାନ୍ତା, ଓ ଭଗତ ଭତ୍ରା, ଧନୀରାମ ଭତ୍ରା,ରୁପଚନ୍ଦ ଭତ୍ରା, ସରାଦୁ ଗୈ।ଡ , ହରି ଭତ୍ରା, ଦିନବନ୍ଧୁ ଭତ୍ରା,ସନାଧର ଭତ୍ରା,ଯୁଗସାଇ ଭତ୍ରା, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଧାମନାଗୁଡା ଗ୍ରାମର ଯୁବକ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରତିଯୋଗିତାରେ ସହଯୋଗ କରିଥିଲେ। ତୁଲାରାମ ଭତ୍ରା ବହୁତ ସୁନ୍ଦର ଭାବରେ ଖେଳାଳି ମାନଙ୍କ ମଧ୍ୟରେ ଖେଳ ଖେଳୁ ଥିବାରୁ ତାଙ୍କୁ ବେଷ୍ଟ ଖେଳାଳି ଭାବେ ମନୋନିତ ହୋଇ ଥିଲେ। ଟୁର୍ଣ୍ଣାମେଣ୍ଟ କୁ ଏହି ଖେଳର କମିଟି ସଦସ୍ୟ ମାନେ ହେମନ୍ତ,ବହିଦୁ , ଅସ୍ତୁ, ଚନ୍ଦ୍ରଶେଖର, ଘାସିରାମ, ବନମାଳୀ,ଚମରୁ, ଏହି ଟୁର୍ଣ୍ଣାମେଣ୍ଟକୁ ସୁନ୍ଦରଭାବେ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫର୍ମେସନ (କେ ଏଫ୍ ଏସ୍ ଟି) ର ଅଭିନବ ପ୍ରୟାସ

Sunil Chandra Nayak

ମହେନ୍ଦ୍ର ପାଇଲେ ଡ. ଏସ ଏନ ସୁଵାରାଓ ରାଷ୍ଟ୍ରୀୟ ଶାନ୍ତି ଓ ସଦଭାବନା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!