ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା/ ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ତରଫରୁ ସଚ୍ଚିଦାନନ୍ଦ ସ୍ମାରକୀ ବକୃତାମାଳା ଓ ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା ଚକ୍ର ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ଆଲୋଚକ ଭାବେ ଡା କୃଷ୍ଣକେଶବ ଷଡଙ୍ଗୀ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରି କହିଲେ ଯେ ଆମେ ସମସ୍ତେ ସଂସାର ଡଙ୍ଗାରେ ଭାସମାନ । ଏଥିରୁ ତରିବା ସମସ୍ତଙ୍କ ଲକ୍ଷ୍ୟ। ସେଥିପାଇଁ ତିନୋଟି ଉପାଦାନର ଆବଶ୍ୟକତା ରହିଛି । ଯଥା ଭଲ ଡଙ୍ଗା, ଦକ୍ଷତାପୂର୍ଣ୍ଣ ନାବିକ ଓ ସ୍ରୋତର ଅନୁକୂଳ ପବନ। ଏହାସହ ସେ ଏକାଦଶସ୍କନ୍ଧ ଭାଗବତର ଅଧ୍ୟାୟ କୁ ଆଲୋଚନା କରିକହିଲେ ଯେ ସଂସାରରୁ ଉଦ୍ଧରିବା ପାଇଁ ଭଲ ଦକ୍ଷ ଗୁରୁଙ୍କ ଦିଗଦର୍ଶନର ଆବଶ୍ୟକତା ରହିଛି । ଜୀବନର ବିରାଟ ତତ୍ବ ସହ ଲୀଳା ର ଆନନ୍ଦ ଓ ଲୋକଶିକ୍ଷାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ଶାସ୍ବତୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୁରୁ ସଚ୍ଚିଦାନନ୍ଦ ଙ୍କ ଶିଷ୍ୟ ଅଶୋକ କୁମାର ପଟ୍ଟନାୟକ ତାଙ୍କ ସ୍ମୃତି ଚାରଣ କରିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶିକ୍ଷାବିତ ଶ୍ରୀ ତ୍ରିପାଠୀ କହିଲେ ଯେ ବିଜ୍ଞାନର ଆରମ୍ଭ ଅବିଶ୍ବାସ ରୁ ଓ ଆଧ୍ୟାତ୍ମିକର ମୂଳ ହେଲା ବିଶ୍ବାସ । ଏହି ଅବସରରେ ଦୁଇ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଓ ସ୍ନେହାଂଶୁ ବାଳା ନାୟକଙ୍କୁ ସଚ୍ଚିଦାନନ୍ଦ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିରୁପମା ପତି ଓ ରଶ୍ମି ସାହୁ ମାନପତ୍ର ପାଠ କରିଥିବା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଥମ ଅଧିବେଶନରେ ସ୍ବାମୀ ଅରୁପାନନ୍ଦ ଉଦଘାଟକ ଭାବେ ତଥା ଡା ଷଡଙ୍ଗୀ ଛାତ୍ର ଛାତ୍ରୀ ଙ୍କୁ ସଦାଚାର, ଛାତ୍ର ଜୀବନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଆଲୋକ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ବିତୀୟ ଦିନରେ ଗୋକର୍ଣ୍ଣିକା ପତ୍ରିକାର ସଂପାଦକ ରମାକାନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଭୂପେନ ମହାପାତ୍ର, ଡା କୃଷ୍ଣକେଶବ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରମତୀ କବିଶତପଥୀ ଙ୍କ ପୌରହିତ୍ୟ ଓ କବି ରାଜୀବ ପାଣି ଙ୍କ ସଂଯୋଜନାରେ ବିଜୟ କୁମାର ରାୟ ଓ ଅଙ୍ଗୁରବାଳା ପରିଡା ଡାକ୍ତର କୃପାସିନ୍ଧୁ ନାୟକ ଙ୍କ କବିତାର କାବ୍ୟ କଳା ସଂପର୍କରେ, କବି ମୀନକେତନ ପଶାୟତ ଡାକ୍ତର ଗୀତାଞ୍ଜଳୀ ପତ୍ରୀଙ୍କ କବିତାରେ ପ୍ରେମାନୁଭୂତି, ରଶ୍ମିବାଳା ରାଉତରାୟ ଗାଳ୍ପିକ ଭୂପେନ ମହାପାତ୍ରଙ୍କ ଗଳ୍ପରେ ସାମାଜିକ ପ୍ରତିବଦ୍ଧତା ଓ କଥନରେ ମହେଶ୍ବେତା ସାହୁ, କାଶୀନାଥ ନନ୍ଦୀ ଗାଳ୍ପିକା ମୋନାଲିସା ମିଶ୍ରଙ୍କ ଗଳ୍ପରେ ଶିଳ୍ପ ନୈପୁଣ୍ୟ ଓ କଥନରେ ସଂଜୀବ କୁମାର ଭୋଇ ପ୍ରମୁଖ ଆଲୋଚନା କରିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ ନାୟକ, ନୃସିଂହ ଚରଣ ବିଶ୍ବାଳ, ରାଜକୁମାର ମହାନ୍ତି ଓ ଡା ସୁଶାନ୍ତ ପାଣି ପ୍ରମୁଖ ଡାକ୍ତର ନାୟକ ଓ ଡାକ୍ତର ପତ୍ରୀଙ୍କ କବିତା ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ଙ୍କୁ ସଚ୍ଚିଦାନନ୍ଦ ସ୍ମାରକୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ସାହୁ,ମାଧବୀ ହୋତା,ନିରୁପମା ମହାପାତ୍ର, ପଦ୍ମଜା ପଟ୍ଟନାୟକ, ପଦ୍ମାଳୟା ଖଣ୍ଡୁଆଳ,ଦୀପ୍ତି ପ୍ରଧାନ,ଦୀପିକା ଦାସ, ଧରିତ୍ରୀ ଜୟପୁରିଆ, ଜୟନ୍ତୀ ଜେନା,ରେଖା ମାମ୍,ଗୀତାଞ୍ଜଳୀ ମାମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏମ ରାମପୁର ବ୍ଳକ ଅଧ୍ୟକ୍ଷା ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ନିର୍ବାଚିତ

Sunil Chandra Nayak

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

Leave a Comment

error: Content is protected !!