ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

କୋକସରା,୩୧/୧୦( ମ ନି ସ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଗ୍ରାମର ମୃତ ଡ୍ରାଇଭର ନୀଳକଣ୍ଠ ପୁଝାରି(୩୯) ଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଛନ୍ତି କୋକସରା ଡ୍ରାଇଭର ମହାସଙ୍ଗ ର କର୍ମକର୍ତ୍ତା । ଗତ ୧୯ ତାରିଖରେ ନୀଳକଣ୍ଠଙ୍କ ମୃତ୍ୟୁ ହୋଇଥିବା ଶନିବାର ତାଙ୍କ ଦଶାହ କାର୍ଯ୍ୟରେ ଡ୍ରାଇଭର ମହାସଂଘ କୋକସରା ଓ ଆମପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ରହି ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଡ୍ରାଇଭର ସଂଘ ପରିବାରର ଆପଦ ବିପଦ ସମୟରେ ପରିବାରକୁ ସାହାରା ଦେବେ ବୋଳି ଉପସ୍ଥିତ କୋକସରା ବ୍ଲକ ଏଡ଼ମିନ ଭଗବାନ ପଟ୍ଟନାୟକ, ଆମପାଣି ପଞ୍ଚାୟତ ସଭାପତି ଭବାନୀ ଶଙ୍କର ପୁରୋହିତ, ସମ୍ପାଦକ ପଦ୍ମନାଭ ମାଝୀ, ଛନ୍ଦା ଚରଣ ଦିଶାରୀ ସମେତ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତର ଡ୍ରାଇଭର ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ମୃତକ ଡ୍ରାଇଭରଙ୍କ ବିଧବା ପତ୍ନୀ ମଞ୍ଜୁଳା ପୁଝାରିଙ୍କୁ ସଙ୍ଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Related posts

ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା     

Sunil Chandra Nayak

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

Leave a Comment

error: Content is protected !!