ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

କୋକସରା,୩୧/୧୦( ମ ନି ସ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଗ୍ରାମର ମୃତ ଡ୍ରାଇଭର ନୀଳକଣ୍ଠ ପୁଝାରି(୩୯) ଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଛନ୍ତି କୋକସରା ଡ୍ରାଇଭର ମହାସଙ୍ଗ ର କର୍ମକର୍ତ୍ତା । ଗତ ୧୯ ତାରିଖରେ ନୀଳକଣ୍ଠଙ୍କ ମୃତ୍ୟୁ ହୋଇଥିବା ଶନିବାର ତାଙ୍କ ଦଶାହ କାର୍ଯ୍ୟରେ ଡ୍ରାଇଭର ମହାସଂଘ କୋକସରା ଓ ଆମପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ରହି ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଡ୍ରାଇଭର ସଂଘ ପରିବାରର ଆପଦ ବିପଦ ସମୟରେ ପରିବାରକୁ ସାହାରା ଦେବେ ବୋଳି ଉପସ୍ଥିତ କୋକସରା ବ୍ଲକ ଏଡ଼ମିନ ଭଗବାନ ପଟ୍ଟନାୟକ, ଆମପାଣି ପଞ୍ଚାୟତ ସଭାପତି ଭବାନୀ ଶଙ୍କର ପୁରୋହିତ, ସମ୍ପାଦକ ପଦ୍ମନାଭ ମାଝୀ, ଛନ୍ଦା ଚରଣ ଦିଶାରୀ ସମେତ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତର ଡ୍ରାଇଭର ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ମୃତକ ଡ୍ରାଇଭରଙ୍କ ବିଧବା ପତ୍ନୀ ମଞ୍ଜୁଳା ପୁଝାରିଙ୍କୁ ସଙ୍ଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

Sunil Chandra Nayak

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

Sunil Chandra Nayak

କୋକସରା ବ୍ଲକ ୧୦ ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୪୧୮ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!