ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିତାମାତା ହରାଇଥିବା ଦୁଇ ଶିଶୁ ସରକାରୀ ସହାୟତା ପାଇବେ

ଥୁଆମୂଳ ରାମପୁର:୧/୧୧ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ନାକରୁଣ୍ତି ଗ୍ରାମର ରାଇସାନା ଦୁଇବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ଗତ ୧୭/୧୦/୨୦୨୨ ତାରିଖ ଦିନ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କର ଦୁଇଗୋଟି ଶିଶୁ ଜିତୁ ମାଝୀ ଓ ନିଲୁ ମାଝୀ ଅନାଥ ହୋଇ ଅଜାଙ୍କ ଘରେ ରହିଥିଲେ। ଖବର ପାଇ ଅନ୍ତୋଦୟ ସଂସ୍ଥା ର କର୍ମକର୍ତ୍ତା ଏହି ଘଟଣାକୁ ନେଇ ପ୍ରଶାସନ ଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରାଇଥିଲେ। ପୂର୍ବରୁ ପ୍ରଶାସନ ଏହାକୁ ନେଇ ତତ୍ପରତା ପ୍ରକାଶ କରି ଥିବା ଜଣାପଡିଥିଲା। ତେବେ ଆଜି ଅନ୍ତୋଦୟ ସ୍ବେଚ୍ଛାସେବୀ ଗୁରୁବାରୁ ପରାଭୋଇ ଏବଂ ସାନୁ ମାଝୀ ଙ୍କ ଦ୍ବାରା CWC କଳାହାଣ୍ଡି ଙ୍କ ତରଫରୁ ପୂର୍ବରୁ ସହାୟତା ଯୋଗାଇ ଦେବା ବ୍ଯବସ୍ଥା କରାଯାଇଥିଲା। ଏହି ପ୍ରକ୍ରିୟା ରେ ଶିଶୁଙ୍କ ଅଜା କାର୍ଗେ ମାଝୀ ଏବଂ ଅନ୍ତୋଦୟ Project coordinator ସଂଜୀବ ସତପଥୀ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଠରେ ଉପସ୍ଥିତ ରହିଥିଲେ। ଶିଘ୍ର ସେଗୁଡିକ ସରକାରୀ ଯୋଜନା ସହିତ ସଂଯୁକ୍ତ ହେବ ଏବଂ ଗୋଟିଏ CCI ରେ ଅନ୍ତର୍ଭୁକ୍ତ ରହିବା ବିଷୟ ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତର ୧୦ ଲକ୍ଷ ଆଶା କର୍ମୀ ସମ୍ମାନିତ

କମିଟି ମାନଙ୍କୁ ନେଇ ପାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

Sunil Chandra Nayak

Leave a Comment

error: Content is protected !!