ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ନଗର କୁଲତା ସମାଜ ର ବନ୍ଧୁ ମିଳନ

ଉତ୍କେଲା,୦୧/୧୧, ମ ନି ସ/, କେସିଙ୍ଗା ବ୍ଳକ ବିଶାଶହେ କୁଲତା ସମାଜ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କେସିଙ୍ଗା ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ବ୍ଳକ ସଭାପତି ସୁନାଶିର ଭୋଇ, ସଂପାଦକ ଟିକେଶ୍ଵର ସାହୁ, ଜିଲ୍ଲା ସଦସ୍ୟ ବିଜୟ କୁମାର ଭୋଇଙ୍କ ନେତୃତ୍ଵରେ ଏହି ସଭାଟି ଆୟୋଜନ ହୋଇଥିଲା I କଳାହାଣ୍ଡି କୁଲତା ସମାଜ ସଭାପତି କେଶବ ଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ବିଜୟ କୁମାର ଭୋଇ, ଉପ ସଭାପତି ଅଶ୍ୱିନ କୁମାର ପ୍ରଧାନ, କେସିଙ୍ଗା ଜୋନ ୩ ଜିଲ୍ଲା ସଦସ୍ୟ ଶରତଚନ୍ଦ୍ର ଭୋଇ, କେସିଙ୍ଗା ଜୋନ ସଭାପତି ପୃଥିରାଜ ଭୋଇ, କେସିଙ୍ଗା ଜୋନ-o୧ ସଦ୍ଭାପତି ଯାଞସେନ ପ୍ରଧାନ, ନିମନ୍ତ୍ରିତ ଅତିଥି ରୁପେ ଯୋଗ ଦେଇଥିଲେ l ସମସ୍ତ ଅତିଥି ବୃନ୍ଧ ଙ୍କ ସହ ସଂସ୍ଥାପକ ସଭ୍ୟ ଚିତ୍ତ ରଞ୍ଜନ ଭୋଇ, ସଂସ୍ଥାପକ ସଭ୍ୟ ସ୍ବରାଜ ପ୍ରଧାନ, ମହିଳା ସଦସ୍ୟା ଅନୁପମା ଭୋଇ, ପ୍ରମୁଖ କୁଲତା ସମାଜର ଉନ୍ନତି, ଉଚ୍ଛ ପରମ୍ପରା, ନାରି ଶିକ୍ଷା, ପିତାମାତାଙ୍କ ସେବା, ପାରିବାରିକ ଶୃଙ୍ଖଳା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।କେସିଙ୍ଗା ନଗର କମିଟିର ବରିଷ୍ଠ ସଭ୍ୟ ଗୌରଚନ୍ଦ୍ର ଭୋଇ ଙ୍କୁ ଉତ୍ତରିୟ ସହ ସମ୍ମାନିତ କରାଯାଇଥିଲା। ସମସ୍ତ ସଭ୍ୟ କୁଞ୍ଜ ବିହାରୀ ସାହୁ ଓ ସିମାଞ୍ଚଳ ବୁଧିଆ ବିଶେଷ ସହଯୋଗ କରିଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମରେ ସୁନାଶିର ଭୋଇ ଓ ସଂଯୁକ୍ତା ଭୋଇ ଭଜନ ପରିବେଷଣ କରିଥିଲେ। ବିପୁଳ ସଂଖ୍ୟାରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତା ସଭ୍ୟ ଓ କୁଳତା ପରିବାର ବର୍ଗ ଙ୍କୁ ସଭାପତି ସୁନାଶିର ଭୋଇ ଆନ୍ତରିକ କୃତଜ୍ଞତା ଜଣାଇ ଧନ୍ବବାଦ ଅର୍ପଣ କରିଥିଲେ।

Related posts

ଜିଲ୍ଲାପରିଷଦ ନିର୍ବାଚନ,ପୋଛି ନେଲା ବିଜେଡ଼ି

Sunil Chandra Nayak

ଉର୍ଲାଦନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉଦାହରଣ

Sunil Chandra Nayak

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଲନ ଅବସରରେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ

Sunil Chandra Nayak

Leave a Comment

error: Content is protected !!