ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

ଲାଞ୍ଜିଗଡ଼,୦୧/୧୧(ମନିସ)-ଆଇ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ଜଣେ ନାବାଳକର ଦୁଃଖଦ ମ୍ରୁତ୍ୟୁ ଘଟିଛି ! ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ! ଖବର ଅନୁଯାୟୀ, ଲାଞ୍ଜିଗଡ଼ ନିକଟସ୍ଥ କାଶିବାଡ଼ିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୁଇ ମାସ ତଳେ ମ୍ରୁତ୍ୟୁ ଘଟିଥିବାବେଳେ ବିହାରରେ ରହୁଥିବା ତାଙ୍କ ଜ୍ବାଇଁ ସଞ୍ଜୟ କୁମାର ନିଜ ପରିବାର ସହିତ ଲାଞ୍ଜିଗଡ଼ ଆସିଥିଲେ ! ଶ୍ବଶୁରଙ୍କ ଶୁଦ୍ଧିକ୍ରିୟା ସରିଯିବା ପରେ ବି ସେମାନେ ବିହାର ନଫେରି ଲାଞ୍ଜିଗଡ଼ ନିକଟସ୍ଥ କାଶିବାଡ଼ିରେ ରହୁଥିଲେ ! ଆଜି ସଞ୍ଜୟଙ୍କ ଶାଶୁଙ୍କ ସହିତ ତାଙ୍କ ପୁଅ ବିଶାଲ କୁମାର (୯) ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ ! ପହଁରା ଜାଣିନଥିବା ଯୋଗୁଁ ସେ ପାଣି ପିଇ ବେହୋସ ହୋଇଯାଇଥିବାବେଳେ ଆଇଙ୍କ ଚିତ୍କାର ଶୁଣି ପରିବାର ଲୋକେ ଅଚେତ ଅବସ୍ଥାରେ ବିଶାଲକୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ! ସେଠାରେ ଡାକ୍ତର ତାକୁ ମ୍ରୁତ ଘୋଷଣା କରିଥିଲେ ! ଏ ସଂପର୍କରେ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ କାନ୍ଦବୋବାଳି ମଧ୍ୟରେ ଶବସତ୍କାର କରାଯାଇଛି !

Related posts

ନିଳମାଧବ ଆଦିବାସୀ ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ଘୋଡ଼ା ଡିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

Sunil Chandra Nayak

Leave a Comment

error: Content is protected !!