ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

ତେନ୍ତୁଳିଖୁଣ୍ଟି -୦୨/୧୧/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକଟଭା  ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ନେଇ ତେନ୍ତୁଳିଖୁଣ୍ଟି ଥାନା ରେ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମ ର ତ୍ରିନାଥ ବାଘ। ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହରେଶ ବାଘ 6 ପକେଟ ଚାଉଳ ତେନ୍ତୁଳିଖୁଣ୍ଟି ର ଏକ ଦୋକାନରେ ବିକ୍ରି କରିବାକୁ ନେଇଥିବା ବେଳେ ତ୍ରିନାଥ ଦେଖି ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ର ସହଯୋଗ ରେ ଧରିଥିଲେ। ପରେ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ତ୍ରିନାଥ। ଚାଉଳ ଜବତ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଚାଉଳ ଜବତ ସହ ପୋଲିସ ଘଟଣା ର ତଦନ୍ତ କରିବ ବୋଲି କହିଛି। ମଧ୍ୟାହ୍ନ ଭୋଜନ ଚାଉଳ କିପରି ଏସ ଏମ ସି ସଭାପତି ବିଦ୍ୟାଳୟ ରୁ ବାହାରକୁ ଆଣିଲେ?ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେଥିବା ଶିକ୍ଷକ ଙ୍କ ଜାଣତ ରେ ନା ଅଗଚୋର ରେ ଚାଉଳ ବିଦ୍ୟାଳୟ ବାହାରକୁ ଆସିଲା ଏହା ପ୍ରଥମ ଥର ନା ପୂର୍ବରୁ ଏଭଳି ବିକ୍ରି ହୋଇଛି ତଦନ୍ତ ସାପେକ୍ଷ। ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱ ରେ ଥିବା ଶିକ୍ଷକ ବନ୍ଧୁ ଜାନୀ ଓ ଜଗନ୍ନାଥ ନାୟକ ଙ୍କୁ ନିଲମ୍ବିତ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୟ କୁମାର ମିଶ୍ର ଙ୍କ କବିତା “ଷଣ୍ଢ ଲଢ଼lଇ”

Sunil Chandra Nayak

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

Sunil Chandra Nayak

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ…

Leave a Comment

error: Content is protected !!