ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଔପଦାରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ

ବାଲେଶ୍ଵର,୦୩/୧୧/୨୨- ଦୁର୍ନୀତି ଦୁର୍ନୀତି ଚାରିଆଡେ ଦୁର୍ନୀତି । ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି । ବିଭିନ୍ନ ସ୍ଥାନ ଓ କ୍ଷେତ୍ରରେ ଦୁର୍ନୀତି । ବ୍ଯକ୍ତି ବିଶେଷ କ୍ଷେତ୍ରରେ ହେଉ କିମ୍ବା ପ୍ରଶାସନିକ କ୍ଷେତ୍ରରେ ହେଉ, ସମାଜରେ ଦୁର୍ନୀତିର ସୀମା ତଳ ଠାରୁ ଉପର ପର୍ଯ୍ୟନ୍ତ ପରିବ୍ଯାପ୍ତ । ମାତ୍ର ଏତେ ବଢି ଯାଇଛି ଯେ ତାକୁ ରୋକିବା ଅସମ୍ଭବ । ସଚେତନ ଦ୍ବାରା ହୁଏତ କିଛି ମାତ୍ରାରେ କମେଇ ଦିଆଯାଇପାରେ । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୩୧ ଠାରୁ ନଭେମ୍ବର ୬ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ ହେଉଛି । ବାଲେଶ୍ଵର ଜିଲ୍ଲା ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିର୍ଦ୍ଦେଶରେ ଆଜି ତା ୦୩/୧୧/୨୨ ରିଖ ଔପଦା ବ୍ଲକ ତଳକିଆ ପଞ୍ଚାୟତ ଅଫିସ୍ ସଭା ଗୃହରେ ପାଳିତ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ । ତଳକିଆ ସରପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ଵର ଭିଜିଲାନ୍ସ କାର୍ଯ୍ୟାଳୟର ଡିଏସପି ଦାକ୍ଷିଣ ଚନ୍ଦ୍ର ମୁର୍ମୁ, ଇନ୍ସପେକ୍ଟର ଛବିରାଣୀ ହେମ୍ବ୍ରମ ଓ ଦଶରଥ ହେମ୍ବ୍ରମଙ୍କ ସମେତ ଅନ୍ୟ ଅଫିସ୍ କର୍ମଚାରୀ ସାମିଲ ଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତିକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଲୋକ ମାନଙ୍କୁ ବୁଝାଇଥିଲେ । ଯଦିଓ ଦୁର୍ନୀତିକୁ ସମୁଳେ ବିନାଶ କରିହେବ ନାହିଁ, କିନ୍ତୁ ଲୋକମାନେ ସଚେତନ ହେଲେ ନିଶ୍ଚିତ ଭାବେ ଦୁର୍ନୀତିର ପରିମାଣ କମି ଯିବ ବୋଲି କହିଥିଲେ । ଉପସ୍ଥିତ ଲୋକ ମାନଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପ୍ରଦାନ କରିଥିଲେ ଅଧିକାରୀମାନେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି, ମହିଳା ଗୃପ୍ ଓ ସାଧାରଣ ଜନତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ଚନ୍ଦାହାଣ୍ଡି ଥାନା ରେ ନୂତନ ଆଇଆଇସି

Sunil Chandra Nayak

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!