ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

 ନବରଙ୍ଗପୁର ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପରିସରରେ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଦୁଇଦିନିଆ ପଞ୍ଜିକରଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ଏଥିରେ ନାଗରିକ ସଙ୍ଘର ସଭାପତି ଡ଼ଃ ରାଧାନାଥ ବେହେରା, ସାଧାରଣ ସମ୍ପାଦକ ଟି ରାମମୁର୍ତ୍ତି ପଟ୍ଟନାୟକ, ସମ୍ପାଦକ ଲଷ୍ମୀକାନ୍ତ ମିଶ୍ର କାର୍ଯ୍ୟକାରୀ ସଭ୍ୟ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଦରଖାସ୍ତକାରୀଙ୍କୁ ସହଯୋଗ କରିଥିଲେ।ଏହି ଶିବିରକୁ ଶାଖାମୁଖ୍ୟ ସୁକୁମାର କକସି ଉଦଘାଟନ କରିଥିଲେ।ପଞ୍ଚମ ଦିନରେ ୮୦ ଜଣ ଷଷ୍ଠ ଦିନରେ୧୦୦ ଜଣ ପେନସନ ଭୋକ୍ତା ପଞ୍ଜିକରଣ କରିଥିଲେ ।ଏଥିରେ ବ୍ୟାଙ୍କ ଅଫିସର ରଶ୍ମିରଞ୍ଜନ ରାଉତ, କ୍ୟାସିଅର ଗୋପୀନାଥ ସୁଆର ଓ ବ୍ୟାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ ।ଏହି ପ୍ରକ୍ରିୟାରେ ପେନସନ ଭୋକ୍ତା ମାନେ ନିଜର ପ୍ରମାଣପତ୍ର ସୁରୁଖୁରୁରେ ଦାଖଲ କରିଥିବାରୁ ବରିଷ୍ଠ ନାଗରିକ ସଙ୍ଘ ଜରିଆରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଟୀକାକରଣ ଦିବସ ପାଳନ

Sunil Chandra Nayak

ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ମାନଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

Leave a Comment

error: Content is protected !!