ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

ଢେଙ୍କାନାଳ (ମସିହା )୦୩/୧୧ / ଚାଷୀ ଦୈନଦିନ ଜୀବନ ସମସ୍ୟା କୁ ନେଇ ଋଣ, ଧାର,କରଜ କରି ଚାଷ କରି ଥାଏ l ହଳ ଧରା ଠାରୁ ଆରମ୍ଭ କରି ଧାନ ବେଉଷଣ ପର୍ଯ୍ୟନ୍ତ ସବୁ ଜାଗାରେ ଲେବର ଲଗାଇ ଚାଷ କରି ଥାଏ lସେହି ଧାନ କୁ ଅମଳ କରି କିଛି ଧାନ ନିଜ ପରିବାର ଚଳିବା ପାଇଁ ରଖି କିଛି ଧାନ ବିକ୍ରି କରି ଥାଏ l ବିକ୍ରି ଧାନର ପଇସାରେ ଚାଷୀ ନିଜ ପିଲା ମାନଙ୍କୁ ପାଠ ପଢା ସହିତ ନିଜ ପରିବାର କାମରେ ସେ ପଇସାକୁ ଲଗାଇ ଥାଏ ,ହେଲେ କିନ୍ତୁ ଏବର୍ଷ ବର୍ଷା ନ ହେବା ସକାଶେ ଚାଷୀ କୂଳ ସବୁ ଉଜାଡି ଯାଇଛି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ପଥରକଟା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କ କଥା l କିଛି ଦିନ ତଳେ କଙ୍କଡ଼ାହାଡ଼ ଅଂଚଳର କଣ୍ଟାପାଳ ପଞ୍ଚାୟତ ଚାଷୀ ନିଜ ଚାଷ ଜମିରେ ଠିକ ରେ ପାଣି ନ ଆସିବାରୁ ନିଜ ଖର୍ଚ୍ଚ ରେ କେନାଲ ସଫେଇ କରିଥିଲେ l କିନ୍ତୁ ପଥରକଟା ଅଂଚଳର ଦୃଶ୍ୟ ଓଲଟା l ଦଣ୍ଡାଧର ଡ୍ୟାମ ବାମ ପାର୍ଶ୍ୱ କେନାଲର ଦଶ ନମ୍ବର କେନାଲଟି ପଥରକଟା ଗ୍ରାମ ଦେଇ ଯାଇଥିବା ବେଳେ, ବର୍ଷା ଦିନରେ ବି ପଥରକଟାର ସ୍ଥାନୀୟ ଚାଷୀ ଭାଇଙ୍କ ବିଲ କୁ ପହଁଚି ପାରୁ ନାହିଁ ପାଣି l ଚାଷ ଜମିରେ ପାଣି ନ ଥିବାରୁ ଚାଷ ଜମି ଫାଟି ଆଁ କଲାଣି l ଯାହା କୁ ନେଇ ଚାଷୀ ଏବେ ଚିନ୍ତାରେ l ସରକାର ଚାଷୀଙ୍କ ନାମରେ ହଜାର ହଜାର ଟଙ୍କାର ଜଳକର ଆଦାୟ କରୁ ଥିବା ବେଳେ, ଏଠି ଚାଷୀ ମରୁଡି ସମସ୍ୟା ଘେରରେ ରହି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛି l ପଥରକଟା ଗ୍ରାମର ଚାଷୀ ଭାଇ ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କେହି ତାଙ୍କ କଥା କର୍ଣ୍ଣପାତ କରୁ ନାହାନ୍ତି ବୋଲି ସେଠିକାର ଚାଷୀ ଭାଇ ପ୍ରତିକ୍ରିୟା ରଖିଛନ୍ତି l ଚାଷୀ ଭାଇଙ୍କ ଭରସା କହିଲେ ଦଣ୍ଡାଧର ଡ୍ୟାମ l ଏହି ଦଣ୍ଡାଧର ଡ୍ୟାମକୁ ଭରସା କରି ଚାଷୀ ଭାଇ ଢିପ,ଟାଙ୍ଗିରି ଜମିକୁ ଚାଷ କରି ଅଧିକ ପରିମାଣରେ ଧାନ ଅମଳ କରିଥାନ୍ତି ,କିନ୍ତୁ ଏବର୍ଷ ବର୍ଷା ନ ହେବା ଫଳରେ ଚାଷୀ ଭାଇ ଭରସା କରିଛନ୍ତି ଦଣ୍ଡାଧର ଡ୍ୟାମ ଉପରେ ! ଦଣ୍ଡାଧର ଡ୍ୟାମ ଠାରୁ ବାମ ପାର୍ଶ୍ୱ କେନାଲଟି ବିରାଶାଳ ଅଞ୍ଚଳ ପର୍ଯ୍ୟନ୍ତ ରହିଛି lଏହି କେନାଲ ରେ ଅନେକ ଶାଖା ପ୍ରଶାଖା ମଧ୍ୟ ରହିଛି ସେଥି ମଧ୍ୟରୁ ଦଶ ନମ୍ବର ଶାଖା କେନାଲଟି ପଥରକଟା ଦେଇ ଯାଇଥିବା ବେଳେ ଚାଷୀ ଭାଇଙ୍କ ବିଲକୁ ସଠିକ ଭାବରେ ପହଁଚି ପାରୁ ନାହିଁ ପାଣି lଚାଷୀ ଭାଇଙ୍କ ବିଲକୁ ପାଣି ନ ପହଁଚିବାରୁ ଚାଷୀ ଭାଇ ରାତି ଅଧରେ ଅନିଦ୍ରା ହୋଇ କେନାଲ ହିଡରେ ରହି ପାଣି ଆଣିବା ପାଇଁ ପ୍ରୟାସ କରୁ ଥିଲେ ମଧ୍ୟ ଚାଷୀ ଭାଇ ବିଫଳ ହେଉଛନ୍ତି l ଅନେକ ସମୟରେ ପାଣି ପାଇଁ ଚାଷୀ ଭାଇଙ୍କ ଭିତରେ ମାଡ଼, ଗଣ୍ଡଗୋଳ ମଧ୍ୟ ହୋଇ ଥଏ l କେନାଲ ମରାମତି ନାମରେ ସରକାର କୋଟି କୋଟି ଟଙ୍କା ମଂଜୁର କରୁଥିବା ବେଳେ ଏଠି କେନାଲ ରେ ପାଣି ନ ଆସି ଚାଷୀ କୂଳ ଉଜୁଡି ଯାଉଛି ! ଏଠି ଚାଷୀ କରିବେ କଣ, ଧାର କରଜ କରିଥିବା ଋଣ କୁ ସୁଝି ଋଣ ମୁକ୍ତ ହେବେ, ନା ବିଲ ରେ ପାଣି ନାହିଁ ଫାଟିକି ଆଁ କଲାଣି ତାକଥା ବୁଝିବେ କି ଏପଟେ ପରିବାର କଥା ବୁଝିବେ ! ଅନେକ ସମସ୍ୟା ଘେରରେ ରହି ପଥରକଟା ଗ୍ରାମର ଚାଷୀ ଭାଇ ଏବେ ଚିନ୍ତାରେ ! ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗ ଯୋଗ କରି ଥିଲୁ କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା ! ଏବେ ଦେଖିବାକୁ ବାକି ରହିଲା ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ ବିଭାଗୀୟ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!