ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡିରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦାହାଣ୍ଡି-3/11(ମ ନି ସ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ସଦର ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ପାନାବେଡା ଡିଗ୍ରୀ କଲେଜ, ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାନାବେଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଆଇସିଡିଏସ, ଓଡିଶା ଜୀବିକା ମିଶନ ଏବଂ ବ୍ଲକ କର୍ମଚାରୀ ମିଶି କଲେଜ ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହାରି ଲାଞ୍ଚ ବିରୋଧି ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ଲାଗି ପ୍ଲା କାର୍ଡ ହାତରେ ଧରି ଭିନ୍ନ ଭିନ୍ନ ନାରା ଦେଇ ଲୋକଙ୍କୁ ସଚେତନ କରାଇବାର ପ୍ରୟାସ କରିଥିଲେ l ଏବଂ କଲେଜ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଦୁର୍ନୀତି ନିବାରଣ ଉପରେ ବକ୍ତୃତା ଓ ପ୍ରବନ୍ଧ ଲେଖନୀ ପ୍ରତିଯୋଗିତା ହୋଇଥିବା ବେଳେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ବିଡ଼ିଓ ଶ୍ରୀମାଝୀ ଙ୍କ ପକ୍ଷରୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଏହା ପରେ ବ୍ଲକ ସଭାଗୃହ ରେ ଦୁର୍ନୀତି ନିବାରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ, ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ନବରଙ୍ଗପୁର ଭିଜିଲାନ୍ସ ଇନିସ୍ପେକ୍ଟର ଭୀମସେନ ପୂଜାରୀ ପ୍ରମୁଖ ଉପସ୍ଥିତ ସହ ବକ୍ତବ୍ୟରେ ଅଂଚଳର ଅନେକ ନିରୀହ ଗରିବ ଜନସାଧାରଣ ଆର୍ଥିକ ଅନାଟନ ରହିଥିବା ବେଳେ ଲାଞ୍ଚ କାରବାର ପ୍ରାୟତଃ ସମସ୍ୟା ସୃଷ୍ଟି କରିପାରେ l ଲାଞ୍ଚ କlରବାର ସମାଜରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି l ଏହାକୁ ଆଖି ଆଗରେ ରଖି ଜନସାଧାରଣଙ୍କୁ ସଚେତନ ଆବଶ୍ୟକତା ଉଦେଶ୍ୟରେ ଶିକ୍ଷିତ ଯୁବ ଛାତ୍ର ଛାତ୍ରୀଙ୍କୁ ନେଇ ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମର ଦୁର୍ନୀତି ମୁକ୍ତ ସମାଜ ଗଠନ ହେଉଛି ମୂଳ ଲକ୍ଷ l ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟ ଭତ୍ରା,ସିଡିପିଓ ସୈରେନ୍ଦ୍ରି ମହାନନ୍ଦ, ସୁରେଶ ନାୟକ,ଭିଜିଲାନ୍ସ କନେଷ୍ଟବଳ ଦିବ୍ୟାନନ୍ଦନ ବେହେରା,ରାମଚନ୍ଦ୍ର ହରିଜନ ପ୍ରମୁଖଙ୍କ ସମେତ ବ୍ଲକ କର୍ମଚାରୀ ଓ ଅଙ୍ଗନବାଡି କର୍ମୀ,ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ 

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

Leave a Comment

error: Content is protected !!