ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ରଶି ଦେଇ ଯୁବକର ଆତ୍ମହତ୍ୟା

ଚନ୍ଦାହାଣ୍ଡି-3/11(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କଛାରପଡା ଗ୍ରାମରେ ଜଣେ ଯୁବକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ମହେନ୍ଦ୍ର ମାଝି (24) ବୋଲି ପୋଲିସ ସୂଚନା ଦେଇଛି l ମୃତକ ଜଣକ ଝରୀଗାଁ ଥାନା ଅଧିନସ୍ଥ ଧରନାବେଡା ଗ୍ରାମର ହୋଇଥିବା ବେଳେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ l ଗଛଟିରେ ବେକରେ ରଶି ଲଗେଇ ଯୁବକ ମହେନ୍ଦ୍ର ଆତ୍ମହତ୍ୟା କରିଥିବା ମୃତକ ର ମାମୁଁ ଖବର ପାଇଥିଲେ ଓ ପରିବାର ଲୋକଙ୍କୁ ଜଣେଇ ଥିଲେ l ପରେ ଏ ନେଇ ମୃତକଙ୍କ ପିତା ଘେନୁ ମାଝୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନାରେ କେସ ନଂ-17/22 ନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଦାୟିତ୍ୱ ଏଏସଆଇ ହୃଷିକେଶ ପଟେଲକୁ ଦିଆଯାଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।  ଘଟଣା ସ୍ଥଳକୁ ପୋଲିସ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଆତ୍ମହତ୍ୟା ର କରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରିରହିଥିବା ପୋଲିସ ପ୍ରକାଶ କରିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମା ମହାଲକ୍ଷ୍ମୀ ପୂଜା ମହୋତ୍ସବ ବିଭିନ୍ନ ସ୍ଥାନରେ ପାଳିତ

Sunil Chandra Nayak

ଖଜୁରୀପଡାରେ ରାଜସ୍ବ ଅଦାଲତ ଶିବିର ଅନୁଷ୍ଠିତ

Sunil Chandra Nayak

ନନ୍ଦ ଘର ର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ତାଲିମି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!