ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ପାଇଁ ଦାବି କଲା ଆଲୁମିନାଇ କମିଟି 

ନବରଙ୍ଗପୁର–(ମସିହା) ଦୀର୍ଘ ୫୨ ବର୍ଷ ଧରି ଅବହେଳିତ ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ପରିପ୍ରକ୍ଷୀରେ ଆଲୁମିନାଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରାୟ ୫୦ ଏକରରୁ ଉର୍ଦ୍ଧ୍ବ ଜମି ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ରହିଥିବା ଏହି ମହାବିଦ୍ୟାଳୟ ସ୍ଥାପନ ହେବାର ୫୨ ବର୍ଷ ପୂର୍ତ୍ତି ପରେ ମଧ୍ଯ ଏଯାଏଁ କଲେଜକୁ ସରକାରୀ କଲେଜ ଘୋଷଣା ହୋଇ ପାରି ନାହିଁ। ଏହାକୁ ନେଇ ବିଭିନ୍ନ ସମୟରେ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାରୀ କଲେଜ ଘୋଷଣା ପାଇଁ ସ୍ମାରକ ପତ୍ର ପ୍ରଦାନ ଓ ଆନ୍ଦୋଳନ ହୋଇ ଆସୁଥିଲା। ତେବେ ବର୍ତ୍ତମାନ କଲେଜର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରାତନ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉଥିବାବେଳେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସରକାରୀ କଲେଜ ଘୋଷଣା କରିବା ପାଇଁ ଦାବି ଦୋହରାଇଛନ୍ତି। ଆସନ୍ତା ଡ଼ିସେମ୍ବର ୧୬,୧୭,୧୮ ତିନି ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ସରକାରୀ କଲେଜ ଘୋଷଣା ନିହାତି ଜରୁରୀ ବୋଲି ଅନେକ ପୂରାତନ ଛାତ୍ର ଛାତ୍ରୀ ମାନେ ମନସ୍ଥ କରି ସୁବର୍ଣ୍ଣ ଜୟନ୍ତୀ କମିଟି; ବଣିକ ସଂଘ, ଟ୍ରାକ୍ଟର ସଂଘ, ଠିକାଦାର ସଂଘ ଭଳି ବିଭିନ୍ନ ସଙ୍ଗଠନ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ଦାବି କରିଛି। ଏହି ସ୍ମାରକ ପତ୍ରରେ ବଣିକ ସଂଘ ସମ୍ପାଦକ ପି ଏଲ୍ ମୂର୍ତ୍ତୀ, ସହ ସମ୍ପାଦକ ପି ଭେଙ୍କଟ, ଠିକାଦାର ସଂଘ ସଭାପତି ତଥା ଲାଇନ୍ସ କ୍ଳବ୍ ସଭାପତି ଜଗନ୍ନାଥ ମହାପାତ୍ର, ଟ୍ରାକ୍ଟର ୟୁନୀୟନ୍ ସଭାପତି କାହ୍ନୁ ଦାସ ଓ ସମ୍ପାଦକ ମନୋଜ ସଗରିଆ ପ୍ରମୁଖ ସ୍ବାକ୍ଷରିତ କରିଥିବା ବେଳେ ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ କମିଟିର ସଭାପତି ଗଣେଶ ଦାଶ, ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ, ସହ ସମ୍ପାଦକ ଦେବଦାସ ମହାଙ୍କୁଡ, କୋଷଧକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ସଦସ୍ୟ ସୁରେଶ ମହାନ୍ତି, ଶିବ ଶଙ୍କର ତ୍ରିପାଠୀ, ମନୋଜ ପଟ୍ଟନାୟକ, ରବୀନ୍ଦ୍ର ଶତପଥୀ ପୁର୍ବତନ ଛାତ୍ର ତଥା ଭିଜନ ନବରଙ୍ଗପୁର ଆବାହକ ବିରେନ୍ଦ୍ର ମୋହନ ନାୟକ, କ୍ରୀଡା କମିଟି ସଦସ୍ୟ ମୋନଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ହଡପ୍ ଘଟଣା, ତଦନ୍ତ ଓ ଦ୍ରୁଢ ପଦକ୍ଷେପ ପାଇଁ ଗରିବସେନା ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶ ପୂଜା, ଟୋକାଙ୍କ ମଜା

Sunil Chandra Nayak

Leave a Comment

error: Content is protected !!