ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ: ବଦଳି ପାଇଁ ଦାବି

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେଗଡା ରେ ନିଯୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଗୋଳକେଶ ପ୍ରସାଦ ମନ୍ତ୍ରୀ ଅନେକ ଦିନରୁ ନିରୀହ ଗରିବ ଅସହାୟ ରୋଗୀ ମାନନଙ୍କୁ ଦୁର୍ବ୍ୟବହାର ସହିତ ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଛି l ଗତ ଶନିବାର ଦିନ ସକାଳ ସମୟରେ ଖଲିଆପାଲି ଗ୍ରାମର ଜଣେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ପ୍ରାଥମିକ ଚିକିତ୍ସା ପାଇଁ ଯାଇଥିଲେ l କିନ୍ତୁ ଡାକ୍ତର ମନ୍ତ୍ରୀ ମହାଶୟ ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଚମକ କରିଥିଲେ l ଏହି ଡାକ୍ତର ମହାଶୟ ନିରୀହ ଗରିବ ରୋଗୀ ମାନଙ୍କ ଠାରୁ ଅସ୍ତ୍ରୋପଚାର ନା ରେ ହାତ ଗୁଞ୍ଜା ବାବଦକୁ ହଜାର ହଜାର ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଡାକ୍ତର ମହାଶୟ ସରକାରୀ ଔଷଧ ଦେବା ବଦଳେ ଘରୋଇ ଦୋକାନରୁ ଔଷଧ କିଣିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି l ଏବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ହୋଇଛି l ଡାକ୍ତର ଶ୍ରୀ ମନ୍ତ୍ରୀଙ୍କ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ଘଣ୍ଟ ଘୋଡାଇ ରଖୁଛନ୍ତି ତାହା ଦେଖିବା ବାକି ରହିଲା l ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ରେ ରାଜ୍ୟ ସରକାରଙ୍କ ୫ଟି ଯୋଜନା କିଭଳି କାର୍ଯ୍ୟ କରୁଛି ତାହା ଏଥିରୁ ହିଁ ସ୍ପଷ୍ଟ ଜଣା ପଡୁଛି l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

ସରସ୍ଵତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

Leave a Comment

error: Content is protected !!