ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ମୌଜାକୁ ବିଭକ୍ତ ନ କରିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ

 ମୟୂରଭଞ୍ଜ-୩/୧୧/୨୨ (ମସିହା)  ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକ ଅନ୍ତର୍ଗତ ବଡକୁଲେଇବିରା ପଞ୍ଚାୟତର ଉପଗ୍ରାମ ଲିପିଘୁଟୁ ଗ୍ରାମକୁ ବିଭକ୍ତ ନକରିବା ପାଇଁ ଗ୍ରାମବାସୀମାନେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ପାଖରେ ଲିଖିତ ଦାବିପତ୍ର କରିଛନ୍ତି ।ଉକ୍ତ ଉପଗ୍ରାମରେ ପଡୋଶୀ ଝାଡଖଣ୍ଡ ଏବଂ ଆଖପାଖ ଗ୍ରାମବାରୁଡିହି,ଉଲିଡିହି,ବଡଗୁଡୁତା, ସାନଗୁଡୁତା,,ଜାରକା, ଦିଘି,,ବାରୁଡାଙ୍ଗୁଆ,ଦିଘିଦଲକି ଜୋଡାଡିହି ଓ ତିଲକା ରୁ ଲୋକେ ଆସି ବସବାସ କରୁଛନ୍ତି । ସେମାନଙ୍କର ଚାଷଜମି ବା ପଟା ମଧ୍ୟ ନାହିଁ । ବଡକୁଲେଇବିରାର ଗ୍ରାମବାସୀ ଲିପିଘୁଟୁ ଗ୍ରାମକୁ ରାଜସ୍ବ ଗ୍ରାମ କରିବାକୁ ବିରୋଧ କରୁଛନ୍ତି । ଲିପିଘୁଟୁ ପଡାବାସୀଙ୍କ ବଡକୁଲେଇବିରାରେ ଜାହିରା (ପୂଜା ସ୍ଥଳୀ) ର କୌଣସି ଅସୁବିଧା ନାହିଁ ଓ ସେହିଠାରୁ ମୂଳ ଅଂଚଳର ଦୂରତା ପାଂଚ ଶହ ମିଟର ମଧ୍ୟ ନାହିଁ । ଯଦି ଲିପିଘୁଟୁ ରାଜସ୍ବ ଗ୍ରାମ ହୁଏ ଉକ୍ତ ମୂଳ ମୌଜା ବଡକୁଲେଇବିରାରେ ରେକର୍ଡ ମୁକ୍ତ ଜମି ଲିପିଘୁଟୁ ଗ୍ରାମକୁ ଯିବ ।ଫଳରେ ମୂଳ ମୌଜା ବାସିନ୍ଦା ଜମି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣ ପତ୍ର,ଆୟ ପ୍ରମାଣପତ୍ର ଇତ୍ୟାଦି ପରିବର୍ତ୍ତନ ପାଇଁ ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବ ଓ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଵେ ାଏଠାରେ ମଧ୍ୟ ପଂଚାୟତ ହାଇସ୍କୁଲ,ନୂତନ ଗ୍ରାମ ପଂଚାୟତ,ଅଙ୍ଗନବାଡି,ପାଣିଟାଙ୍କି ,ୟୁଥ୍ କ୍ଲବ୍,ଖେଳ ପଡିଆ,ବ୍ଲକ୍ ସ୍ତରୀୟ ମିନି ଷ୍ଚାଡିୟମ୍ ରହିଛି ।ତେଣୁ ବଡକୁଲେଇବିରା ଗାଁର ଲିପିଘୁଟୁକୁ ପୂରୁଣା ସ୍ଥିତି ରହିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଉକ୍ତସବୁ ବିଷୟକୁ ନେଇ ଗ୍ରାମବାସୀ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଉପଜିଲ୍ଲାପାଳଙ୍କୁ ସେମାନଙ୍କର ଦାବୀପତ୍ର ପ୍ରଦାନ କରିଥିଲେ ।ଏହା ପୂର୍ବରୁ ସେମାନେ ଜାମଦା ବ୍ଲକର ତହସିଲଦାରଙ୍କୁ ମଧ୍ୟ ଦାବୀପତ୍ର ଦେଇଥିଲେ ।ଏଥିରେ ଗାଁମୁଖିଆ ଲିଟା ଟୁଡୁ,ପଂଚାୟତ ସମିତି ସଭ୍ୟ ସନୁ ଟୁଡୁ,ବଡକୁଲେଇବିରା ସରପଂଚ ଆଝ ମୁର୍ମୁ,ରୁପଚାନ୍ଦ ଟୁଡୁ, ଘାସିରାମ ମୁର୍ମୁ,ସଲାଇ ଟୁଡୁ,ମୁନୀନ୍ଦ୍ର ଟୁଡୁ,ଦୁବରାଜ ଟୁଡୁ, ସାମୁ ଟୁଡୁ ,ସୁନ୍ଦର ମୋହନ ଟୁଡୁ,ଫୁଲାଇ କିସ୍କୁ,ଧନେଶ୍ବର ମାର୍ଣ୍ଡି,ପିଥ ଟୁଡୁ, ଘାସିରାମ ହେମ୍ବ୍ରମ୍,ଲୁଗୁ ହାଁସଦାଃ,ବିକ୍ରମ ହେମ୍ବ୍ରମ୍,ଲକ୍ଷ୍ମଣ ଟୁଡୁ,ମୁନୀନ୍ଦ୍ର ମାଝୀ,ବାଢା ଟୁଡୁ ଏବଂ କୁଆଁର ହାଁସଦାଃ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ବଡକୁଲେଇବିରା ଗ୍ରାମବାସୀ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

ମହାଭାରତ କଥା……୪

ବନ୍ଧୁ ମିଳନ ପର୍ବ

Sunil Chandra Nayak

Leave a Comment

error: Content is protected !!