ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ କଳା ଉତ୍ସବ ଅନୁଷ୍ଠିତ

ନର୍ଲା (ମନିସ): ସ୍ଥାନୀୟ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୭ଟି କ୍ଲଷ୍ଟରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ, ଲୋକ ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ‘ସୁରଭି’ ଓ କଳା ଉତ୍ସବରେ ଅଂଶଗ୍ରହଣ କରିବେ। ବରିଷ୍ଠ ବିଇଓ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ନର୍ଲା ତହସିଲଦାର ଶଙ୍କର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେତ ପ୍ରୋଜେକ୍ଟ ଏସି ସୂର୍ଯ୍ୟ କୁମାର ପାଣିଗ୍ରାହୀ, ଏବିଇଓ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର କର, ଅନୀଲ ପ୍ରସାଦ ସାହୁ ଓ ସର୍ବେଶ୍ବର ଭୋଇ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନୋଡାଲ୍ ସିଆରସିସି କେଦାରନାଥ ନାଗ, ବରିଷ୍ଠ ଶିକ୍ଷକ ଦୟାନିଧି ଡାଳୁଆ, ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ବିଦ୍ୟା ଧର ମହାନ୍ତ ଙ୍କ କବିତା – ବିରାଗ

Sunil Chandra Nayak

ଟେମରି ଗ୍ରାମ ପଂଚାୟତ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ 

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

Leave a Comment

error: Content is protected !!