ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏମ-ରାଇଟ ଏଚଏଲଏଫପିପିଟି ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବିଭାଗ ପକ୍ଷରୁ ୨୦ ଜଣ କୋଭିଡ଼ ଯୋଦ୍ଧା ସମ୍ବର୍ଦ୍ଧିତ

ନବରଙ୍ଗପୁର-୪/୧୧/୨୨(ମସିହା) ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ-ରାଇଟ ଏଚଏଲଏଫପିପିଟି ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକଗୃହ ଠାରେ କୋଭିଡ଼-୧୯ ସଂକ୍ରାନ୍ତରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜେଏସଆଇ ଏମ-ରାଇଟ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଏଡିପିଏଚଓ (ଏଫଡ଼ବ୍ଲୁ )ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ବିପିଏମ ସୁଶାନ୍ତ କୁମାର ପ୍ରହରାଜ,ଡିଏମଆରସିଏଚ ପ୍ରଣତି ସାହୁ,ଏଚଏଲଏଫପିପିଟି ଏସଓଏମ ରାଜେଶ କୁମାର ବେହେରା,ଡିଭିଏଲଏମ ମଳୟ କୁମାର ପାଣିଗ୍ରାହୀ, ଆରଏମ ଜ୍ୟୋତି କୁମାର ରଥ,କିଶୋର କୁମାର ପ୍ରଧାନ ଙ୍କ ସହିତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମହାମାରୀ କରୋନା ସମୟରେ ଇହଲୀଳା ସମ୍ବରଣ କରିଥିବା ବିଭାଗୀୟ କର୍ମଚାରୀଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ସ୍ମୃତି ଚାରଣ ପରେ କର୍ମଶାଳା ଆରମ୍ଭ ହୋଇଥିଲା।ଦିନିକିଆ କର୍ମଶାଳା ରେ ବ୍ଲକ ସ୍ତରରେ କୋଭିଡ଼ ଟୀକାକରଣ ଏବଂ ସଚେତନତା ନେଇ ତର୍ଜମା ପରେ ଅଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଏମ-ରାଇଟ କାର୍ଯକ୍ରମ ବିଷୟରେ ଅବଗତ କରାଇଥିଲେ ଶେଷରେ ଜିଲ୍ଲାରେ କରୋନା ମହାମାରୀ ତାର କାୟାବିସ୍ତାର କରି ଅନେକ ଅମୂଲ୍ୟ ଜୀବନ ଦୀପ ଲିଭେଇ ସାରିଥିବା ବେଳେ ପ୍ରତ୍ୟେକ ନିଜ ନିଜ ପ୍ରାଣ ବଞ୍ଚାଇବା ଚେଷ୍ଟାରେ ରହିଥିବା ବେଳେ ସେ ସବୁକୁ ଖାତିର ନକରି କରୋନା ଭୂତାଣୁକୁ ପ୍ରତିହତ କରିବା ଦିଗରେ ଅନେକ ନିଜ ନିଜ ପରିବାର ଓ ସମ୍ପର୍କକୁ ପଛରେ ପକେଇ ନିଃସ୍ୱାର୍ଥପର ଭାବରେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ କରୋନା ଯୁଦ୍ଧରେ ସାମିଲ ହୋଇ ଜନସମାଜକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ନିଃସ୍ୱାର୍ଥପର ସେବା ପାଇଁ ବ୍ଲକସ୍ତରରୁ ୨୦ ଜଣ କୋଭିଡ଼ ଯୋଦ୍ଧା ଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଉପସ୍ଥିତ ଅତିଥିଗଣ ଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।ସମ୍ବର୍ଦ୍ଧିତ ଙ୍କ ମଧ୍ୟରୁ ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା,ମଳୟ ରଞ୍ଜନ ପାଣିଗ୍ରାହୀ,ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ ନିହାରିକା ପାଣ୍ଡେ,ସରପଞ୍ଚ ମୋହନ ନାୟକ,ଜଗତ କିଶାନ,ଦେବ ପ୍ରସାଦ ହରିଜନ, ପ୍ରତୀକ କୁମାର ମଙ୍ଗରାଜ,ବସନ୍ତ ପୂଜାରୀ,କୃଷ୍ଣ ରଣ,ମନରଞ୍ଜନ ମହାନ୍ତି,ସାରଥୀ ସାହୁ, ଶୁଭମଶ୍ରୀ ମହାଦୀପ ଦଳେଇ,ସୁଶାନ୍ତ କୁମାର ବିଶୋଇ,ମଂଗଲେ ପୂଜାରୀ,ବେଲତି ଗଣ୍ଡ,ଜୟମାଲା ମଣ୍ଡଳ, ପଦ୍ମାବତୀ ଖିଲ,ଜ୍ୟୋତିରାଣୀ ବିଶୋଇ, ରଦମା ବିଶୋଇ,ମାର୍କେଲ ବରାଳ ପ୍ରମୁଖଙ୍କୁ ତାଙ୍କର ଉର୍ତ୍ସଗିକୃତ ସେବା ପାଇଁ ସମସ୍ତଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ- ୨୦୨୨ ରେ ସମ୍ମାନୀତ କରାଯାଇଥିଲା।ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ଦ୍ୱାରା ଆଗକୁ ଅନେକ ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହେବେ ବୋଲି ନିଜ ନିଜର ମତ ଦେଇଥିଲେ।ଶେଷରେ ରାଜେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରି କର୍ମଶାଳା ସମାପନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ରାଇଘର ରେ ୩ କରୋନା ସଂକ୍ରମିତ ଚିହ୍ନଟ

Sunil Chandra Nayak

ପ୍ରଧାନମନ୍ତ୍ରୀ ଟି॰ବି॰ମୁକ୍ତ ଭାରତ ଅଭିଯାନରେ ଇମ୍ଫାଦ୍ଵାରା ଯକ୍ଷ୍ମାରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

Sunil Chandra Nayak

ମୁଡିଙ୍ଗ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!