ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

 ଡାବୁଗାଁ, ୪/୧୧ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ଭୈରବ ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚିଥିଲା | ଏହି ଶୋଭାଯାତ୍ରାରେ କଲେଜ ଛାତ୍ରୀଛାତ୍ର, ଦୁର୍ନୀତି ନିବାରଣ ଅଧିକାରୀ, ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଦୁର୍ନୀତି ବିରୋଧୀ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ, ଦୁର୍ନୀତି ଏକ ସାମାଜିକ ବ୍ୟାଧି ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରଯାଇଥିଲା | ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚିବା ପରେ ବ୍ଲକ ସମ୍ମିଳନୀ କକ୍ଷରେ ସଭା କରି ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀ ଓ ଛାତ୍ରୀଛାତ୍ର ଓ ଜନପ୍ରତିନିଧି ମାନେ ଦୁର୍ନୀତି କୁ ସମୂଳେ ନାଶ କରିବା ପାଇଁ ଶପଥ ନେଇଥିଲେ | ସଚେତନତା ମାଧ୍ୟମରେ ଦୁର୍ନୀତି ନିବାରଣ କରିହେବ | ଏଥିପାଇଁ ସମସ୍ତେ ସଜାଗ ହେବାକୁ ପଡିବ, ସାଧାରଣ ଜନତା ଦୁର୍ନୀତି ନିବାରଣ ବିଭାଗକୁ ଯୋଗାଯୋଗ କରିବା ପାଇଁ କାର୍ଯ୍ୟ|ଳୟର ଫୋନ ନମ୍ବର ଦିଆଯାଇଥିଲା | ପୂର୍ବରୁ ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ବିଷୟରେ ଅନୁଷ୍ଠିତ ବକୃତା ପ୍ରତିଯୋଗୀତା ରେ ଭୈରବ ମହାବିଦ୍ୟାଳୟର ଛାତ୍ରୀ ନବନୀତା ପଣ୍ଡା (୧ମ), ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାହୁ (୨ୟ) ଓ ସରସ୍ଵତୀ ରାଉତ (୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ କରଯାଇଥିଲା | ଏଥିରେ ନବରଙ୍ଗପୁର ଦୁର୍ନୀତି ନିବାରଣ ବିଭାଗ ଇନିଷ୍ପେକ୍ଟର ଭୀମସେନ ପୂଜାରୀ, ଏଏସଆଇ ଦିବ୍ୟରଞ୍ଜନ ବେହେରା, ଡାବୁଗାଁ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଯୋଗାଣ ନିରିକ୍ଷକ ସୀତାକାନ୍ତ ରାଉତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜତିନ ପାଣିଗ୍ରାହୀ, ଆଇସିଡିଏସ ସୁପରଭାଇଜର ରୋଜାଲିନୀ ପ୍ରଧାନ ଓ ବିମଳା କୁମାରୀ ନାୟକ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ ଓ ଅର୍ଜୁନ ଭତ୍ରା ଏବଂ କଲେଜ ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ , ନିର୍ମାଣ ଦାବୀ

Sunil Chandra Nayak

Leave a Comment

error: Content is protected !!