ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

ବାଲେଶ୍ଵର,୦୪/୧୧/୨୨- ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଖଇରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତା ୦୪/୧୧/୨୨ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଅତିଥିମାନେ ମଞ୍ଚାସୀନ ହୋଇ ଲୋକାୟିତ ଭାବେ ରହି ଯାଉଥିବା ପ୍ରତିଭାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ହେଉଛି ଏକ ମାଧ୍ୟମ ବୋଲି କହିଥିଲେ । ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ଥିଲା । ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସିଆରସିସି ସୁଶାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ ରୀତାରାଣୀ ଦାସ ପୂର୍ଣ୍ଣ ସହଯୋଗ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ବିଆରଟି ମନୋଜ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଇଓ ଅଫିସ୍ କର୍ମଚାରୀ ମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶିତ କାର୍ଯ୍ୟକ୍ରମ ଦେଖି ଅଭିଭାବକ ମାନେ ବେଶ ଖୁସି ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ମାମି ପାତ୍ର ଙ୍କ କବିତା ଶରତର ଆଗମାନ

Sunil Chandra Nayak

Leave a Comment

error: Content is protected !!