ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ 

ଧର୍ମଗଡ:୫/୧୧/୨୨ :କଳାହାଣ୍ଡି ଜିଲ୍ଲା ର ଧର୍ମଗଡ ବ୍ଲକ ଅଞ୍ଚଳ ରେ ଦାଦନ ଶ୍ରମିକ ସମସ୍ୟା ଲାଗି ରହିଛି । ପେଟ ଚାଖଣ୍ଡକ ପାଇଁ ଶ୍ରମିକ ମାନେ ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ କେତେକ ଙ୍କ ଜୀବନ ଚାଲି ଯାଉଥିବା ବେଳେ କେତେକ ନିର୍ଯାତନା ର ଶିକାର ହେଉ ଛନ୍ତି । ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବୀ ରଖିଛନ୍ତି ଗ୍ରାମାଞ୍ଚଳ ର ଜୈନିକ ସମାଜସେବୀ ରୁକଚନ ମାଝୀ ।

ଆଜି ସେ ନିଜ ଗାଁ ବୋକ୍ରାସିଲ ଠାରୁ ହାତରେ ଏକ ଜାତୀୟ ପତାକା ଧରି ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ପ୍ରାୟ ୨୧ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରି ପହଞ୍ଚି ଥିଲେ । ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ସେ ଉପ ଜିଲ୍ଲାପାଳ ବେଦ ଭୂଷଣ ଙ୍କୁ ପ୍ରଦାନ କରିଥିଲେ । ଦାଦନ ଶ୍ରମିକ ସମସ୍ୟା କୁ କିପରି ରୋକା ଯାଇ ପାରିବ, ଲୋକ ଙ୍କୁ କିପରି ନିୟମିତ ଭାବେ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ଏବଂ ଶ୍ରମିକ ଙ୍କ ପାଇଁ ହେଉଥିବା ଯୋଜନା କାର୍ଯ୍ୟକାରୀ ପାଇ ଅଧିକାରୀ ମାନେ ଆନ୍ତରିକତା ସହ ଉଦ୍ୟମ କରିବେ ସେ ଉପରେ ସେ ମୂଖ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ସେ ପଦ ଯାତ୍ରା କରୁଥିବା ସମୟରେ ଭାଜପା ନେତା ଲକ୍ଷ୍ମୀ କାନ୍ତ ବାଗ, ଜନ୍ମଜୟ ନାଏକ, ବିଜୟ ଦେବ ସାହୁ, ଚନ୍ଦନ ପାତ୍ର ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତା ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

ବାଲି ମାଫିଆ ଙ୍କ କବଜା ରେ ହାତୀନଦୀ

Sunil Chandra Nayak

ମମତା ସାହୁ ଙ୍କ କବିତା ମେଘ ମହ୍ଲାର

Sunil Chandra Nayak

Leave a Comment

error: Content is protected !!