ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଭେମ୍ବର ୨୫ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ଭବାନୀପାଟଣା (ମ ନି ସ) ତା ୩.୧୧.୨୦୨୨: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୫ ରୁ ଡିସେମ୍ବର ୧ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।ବୈଠକରେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ବେଦ ଭୂଷଣ,ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ନର୍ଲା ଓ ଭବାନୀପାଟଣା ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ।ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ।ସାଂସଦ ଶ୍ରୀ ପଣ୍ଡା ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀ ମାନେ କଟଣି ଛଟଣୀ ର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ।ଏହି ବିଷୟକୁ ନେଇ ଜିଲ୍ଲାପାଳ ସମସ୍ତ ମିଲର ନିଜର ଏଜେଣ୍ଟ ଓ ଷ୍ଟାଫ୍ ଙ୍କ ତାଲିକା ସି ଏସ୍ ଓ ଙ୍କୁ ଦେବେ ଓ ସେମାନଙ୍କୁ ଆଇ ଡି କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ।ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ମଣ୍ଡି ରେ ଦଲାଲ ର ପ୍ରବେଶ କୁ କଟକଣା ଲଗାଯାଇ କଟଣି ଛଟଣୀ ଯୋଗୁଁ ଚାଷୀ କିଭଳି ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି ନିଜ ମଣ୍ଡିଗସ୍ତ ଅନୁଭୂତିକୁ ପ୍ରକାଶ କଲେ ଏବଂ ସେଭଳି ମିଲର ଦ୍ଵାରା ସଂଯୋଗ ହୋଇଥିବା ଟ୍ରାନ୍ସପୋର୍ଟ ୟୁନିଆନ ର ଟ୍ରକ୍ ମାନଙ୍କ ଅନିୟମିତ ଚାଳନା ଯୋଗୁ ଚାଷୀମାନେ ଅନେକ ମଣ୍ଡି ରେ ସପ୍ତାହ ପର୍ଯ୍ୟନ୍ତ ଧାନ ବିକ୍ରୟ ରେ ଅସୁବିଧା ଭୋଗ କରୁଛନ୍ତି ଓ ଅନେକ ଟୋକନ୍ ସୀମା ସମାପ୍ତ ହୋଇଯିବ ଭୟରେ କମ୍ ଦରରେ ଦଲାଲ କୁ ବିକ୍ରି କରୁଛନ୍ତି ଏହାକୁ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।ସାଂସଦ ଶ୍ରୀ ପଣ୍ଡା ଅଭାବୀ ବିକ୍ରିକୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ପ୍ରମୁଖ ଆର୍ ଏମ ସି ମଣ୍ଡି ବର୍ଷ ସାରା ଖୋଲିବାକୁ ପ୍ରସ୍ତାବ ଦିଆଯାଉ ବୋଲି କହିଥିଲେ।ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡି ରେ ବିଜୁଳି,ଭିତ୍ତିଭୂମି ,ଆଶ୍ରୟ ସ୍ଥଳ , ଟୋକନ୍ ସମୟ ସୀମା ଓ ଜିଲ୍ଲାପାଳଙ୍କୁ କ୍ଷମତା ଉପରେ ଆଲୋଚନା ହୋଇଥିଲା ।ସଭାରେ ଚାଷୀ ପ୍ରତିନିଧି,ମିଲର ତଥା ପ୍ରସାଶନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ଚଳିତ ବର୍ଷ ଏଫ୍ ଏ କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି।ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୯୮୩୩୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି।ଚଳିତ ଖରିଫ ଋତୁ ରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି।ଖରିଫ ୨୦୨୨-୨୩ ରେ ଭବାନୀପାଟଣା ଓ ଧର୍ମଗଡ ସବ ଡିଭିଜନ ରେ ୭୪ ଟି ପାକ୍ସ,୧୭୫ ଟି ଧାନ ସଂଗ୍ରହ କେନ୍ଦ୍ର,୩୩ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ।ଏହା ବ୍ୟତୀତ ଧାନ ବିକ୍ରୟ ପାଇଁ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ଜୁନାଗଡ ବିଧାୟକ ତଥା ସାଂସଦ କେତେକ ସ୍ଥାନ ର ଅନ୍ତର୍ଭୁକ୍ତ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।ସଭାରେ ଚାଷୀ ପ୍ରତିନିଧି ଦୀପ୍ତି ରଞ୍ଜନ ପ୍ରହରାଜ,ବିଶିଷ୍ଟ ଚାଷୀ ଶ୍ରୀ ପ୍ରଶାନ୍ତ ପାଟ୍ଟଯୋଶୀ ,ମିଲର ସଭାପତି ନଳିନୀ ପାଟ୍ଟଯୋଶୀ,ମହେଶ ଅଗ୍ରୱାଲ,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି,ପାକ୍ସ୍,ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related posts

ରାସ୍ତା ନ ଥିବାରୁ ଗର୍ଭବତୀ ମାଁଙ୍କୁ ଚଲାଗଲା ଏକ କିଲୋମିଟର ରାସ୍ତା 

Sunil Chandra Nayak

କୁଟୃପଲା ଗ୍ରାମରେ ଶ୍ରୀମତ ଭାଗବତ ପ୍ରାରାୟଣ ଓ ମହାଯଜ୍ଞ

Sunil Chandra Nayak

ଚୋରର ଜୀବନ କିପରି ବଦଳିଗଲା

Sunil Chandra Nayak

Leave a Comment

error: Content is protected !!