ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ପଞ୍ଚାୟତ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ଲା କାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହା ପରେ ଅନୁଷ୍ଠିତ ସଭାରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜନସାଧାରଣଙ୍କୁ ଦୁର୍ନୀତି ହଟାଇବା ଏବଂ ସଚେତନତା ସୃଷ୍ଟି ଦିଗରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପିଇଓ ଆକାଶ କୁମାର ସାହୁ , ଜି ଆର ଏ ସ ସଂଜୀବ କୁମାର ପଟ୍ଟନାୟକ ,ଯୋଗାଣ ସହାୟକ ଗୋକୁଳାନନ୍ଦ ନ।ଏକ ,ସମିତି ସଭ୍ୟ ଖଲିଲ ନ।ଏକ , ଶିକ୍ଷକ ବୃନ୍ଦ ,ଅଙ୍ଗନବାଡି କର୍ମୀ ,ସ୍ୱୟଂ ସହାୟକ ଗୋଷ୍ଟି ,ୱାର୍ଡ ମେମ୍ବର ଗଣ ଉପସ୍ଥିତ ରହି ଥିଲେ ।ଏଥିରେ ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗାନାଇଯେସନର ସଂଗଠକ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପିଇଓ ଆକାଶ କୁମାର ସାହୁ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

Sunil Chandra Nayak

କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!