ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଷେୟା ତଥା ସେବାୟତ ସଙ୍ଘ ର ଜିଲ୍ଲାସ୍ତରୀୟ ବୈଠକ

ଡାବୁଗାଁ, ୫/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାଗୃହ ଠାରେ ନବରଙ୍ଗପୁର ଜିଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକର ସମସ୍ତ ରୋଷେୟା ତଥା ସେବାୟତ ମାନଙ୍କ ଏକ ଜିଲାସ୍ତରୀୟ ବୈଠକ ଜିଲା ସଙ୍ଘ ସଭାପତି ହୀରାଧର ଜାନୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗତ ୩୦ବର୍ଷ ଧରି ଏହି କର୍ମଚାରୀ ମାନେ ରୋଷେୟା ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ସେମାନଙ୍କୁ ଶ୍ରମିକ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି ଦିଆଯିବା, ଇପିଏଫ / ଇଏସଆଇ କାଟିବା, ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବା, ଅବସର କାଳୀନ ଭତ୍ତା ପ୍ରଦାନ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକ ଉପରେ ଆଲୋଚନା ହୋଇଥିଲା |ଆଗାମୀ ଦିନରେ ସରକାର ସେବାୟତ ମାନଙ୍କର ଦାବୀ ପୂରଣ କରାନଯାଏ ତେବେ ସମସ୍ତ ରୋଷେୟା ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବୈଠକରେ ନିସ୍ପତି ନିଆଯାଇଛି | ଉକ୍ତ ବୈଠକରେ ନବରଙ୍ଗପୁର ଜିଲା ସମ୍ପାଦକ ରାଜେନ୍ଦ୍ର ନାୟକ , କୋଷାଧ୍ୟକ୍ଷ ରଇଲୁ ମାଝୀ, ଉପଦେଷ୍ଟା ଲକ୍ଷ୍ମୀ ନାୟକ, ସଭ୍ୟ ଲକ୍ଷ୍ମୀ ଚନ୍ଦ୍ର ଭତ୍ରା, ମଙ୍ଗରୁ ଭତ୍ରା , ଗଣପତି ଭତ୍ରା, ସମାରୁ ହରିଜନ ଓ ୧୦୦ ଊର୍ଦ୍ଧ୍ଵ ରୋଷେୟା କର୍ମଚାରୀ ଉପସ୍ଥିଲେ । ଉକ୍ତ ବୈଠକରୁ ଗୌରହରି ନାୟକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶେଶ୍ୱର ଦାସଙ୍କ ପରଲୋକ

Sunil Chandra Nayak

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!