ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜ-୪/୧୧/୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲିଟିର କୁଚେଇବୁଢି ଗ୍ରାମସ୍ଥ ପିସିଏମ ସ୍କୁଲ ସନ୍ନିକଟ ରାଇରଙ୍ଗପୁର ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ସୁରଭି କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସଂପନ୍ନ ହୋଇଛି । ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନ ନବ ନିଯୁକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସୁରଭି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ ସହ ମୁଖ୍ୟ ଅତିଥି ସାଗର ଚନ୍ଦ୍ର ମୁର୍ମୁ , ମୁଖ୍ଯ ବକ୍ତା ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ନନ୍ଦ, ଏବଂ ସମ୍ମାନିତ ଅତିଥି ଏବିଇଓ ଶ୍ରୀମତୀ ନମିତା ସେଠୀ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶିଶୁର ଗୁଣାତ୍ମକ ବିକାଶ ପାଇଁ କେବଳ ଯେ ଶିକ୍ଷା ପଛରେ ଧାବମାନ ହେଲେ ହେବ ନାହିଁ । ଶିଶୁର ସମୂହ ବିକାଶ ହେଲେ ହିଁ ଗୁଣାତ୍ମକ ବିକାଶ ହୋଇ ପାରିବ । ସେଥିପାଇଁ ବିଦ୍ୟାଳୟରେ ବର୍ତ୍ତମାନ ଆନନ୍ଦମୟ ଶିକ୍ଷାର ବହୁଳ ପ୍ରସାର ହେଲାଣି । ଶିଶୁ ଆନନ୍ଦରେ, ନିଜ ହିସାବରେ ପାଠ ପଢିଲେ ଓ ସ୍ବାଧୀନତାର ସହିତ ବିଦ୍ୟାଳୟରେ ଅଧ୍ୟୟନ କଲେ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକଶିତ କରିପାରିବ। ତେଣୁ ଆଜିର ଦିନରେ ଶିଶୁର ଗୁଣାତ୍ମକ ବିକାଶ ସକାଶେ ଏହି ସୁରଭି କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ନଳିନୀକାନ୍ତ ବେହେରା, ସମ୍ମାନିତ ଅତିଥି ଭାରାପ୍ରାପ୍ତ ରାଇରଙ୍ଗପୁର ଵନାଞ୍ଚଳ ଅଧିକାରୀ ଶ୍ରୀ ସତ୍ୟବ୍ରତ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ,ଅଭିମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା,ପରିବେଶ, ଶିକ୍ଷା ରହିଲେ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ଓ ପ୍ରେରଣା ପାଇ ଆଗକୁ ବଢି ପାରିବେ ।ପୋଥୀ ବିଦ୍ଯା କେବଳ ମଣିଷକୁ ରୋଟି ଦେଇ ପାରିବ ହେଲେ ସୁମଣିଷ ଏବଂ ନାଗରିକଟିଏ ହେବାପାଇଁ ଉତ୍ତମ,ପରିବେଶ,ବୁଝାମଣା, ଆଧ୍ୟାତ୍ମିକବାଦୀ ,ପରସ୍ପରକୁ ସ୍ନେହ ଓ ମମତାରେ ବାନ୍ଧି ହସଖୁସିରେ ଜୀଇଁବାର କଳା ଆପଣେଇବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ । ତାହାହିଁ ସୁରଭି ଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ସୁରଭି କାର୍ଯ୍ୟକ୍ରମରେ ୧୨ ଟି କ୍ଲଷ୍ଟରରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ଯରେ ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ,ନାଚ,ଗୀତ,ରଚନା ପ୍ରଭୃତି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମକୁ ବିଆରସିସି,ସିଆରସିସି,ବିଆରଟି, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରି ସଫଳ କରାଇଥିଲେ ।କାର୍ଯ୍ଯକ୍ରମଟି ଅତି ଚିତ୍ତାକର୍ଷକ ଓ ସଂପୁର୍ଣ୍ଣ ସଫଳ ହୋଇଥିବାରୁ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ୍ରାଇଭର ମହାସଂଘ ପଦଯାତ୍ରା ଓ ବୈଠକ ଅନୁଷ୍ଠିତ

Sunil Chandra Nayak

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!