ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ପର୍ଣ୍ଣ ହେଲା ଆଞ୍ଚଳିକ କୃଷି ଭିତ୍ତିକ ପର୍ବ କଳାସି ଯାତ୍ରା

ବୌଦ୍ଧ -04/11-ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅଂଚଳରେ ଆଞ୍ଚଳିକ କୃଷିଭିତ୍ତିକ ପର୍ବ କଳlସି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ରାମାଞ୍ଚଳରେ ଥିବା ମଙ୍ଗଳl କୁଠି , କଳlସି କୁଠି , ଗୁଢ଼ୀଘରେ ପୁରାତନ ପୂଜା ପଦ୍ଧତି ଓ ଲୋକସଂସ୍କୃତି ପରମ୍ପରା ସ୍ପଷ୍ଟ ବାରିହୋଇ ଯାଇଥାଏ l ଚାଷୀ କୃଷି କାର୍ଯ୍ୟସାରି ଧାନ ଅମଳ ଆରମ୍ଭ କରିବା ସମୟରେ ଯାହାକି କାର୍ତ୍ତିକ ମାସର ଏକାଦଶୀ ତିଥୀ ତଥା ପଞ୍ଚକ ସମୟରେ ଏହିପର୍ବ ପାଳନ ହୋଇଥାଏ l ଯାହା କଳାସି ଯାତ୍ରା ନାମରେ ପରିଚିତ ହୋଇଥାଏ l ଏହି ଦିନରେ ଦେବତା ମାନେ କୈଳlସ ପର୍ବତ ଯାତ୍ରା କରୁଥିବାରୁ ଏହାର ନାମ କଳାସି ଯାତ୍ରା କରାଯାଉଥିବା ପୁରାତନ କାଳରୁ ବିଶ୍ୱାସ କରାଯାଏ l କାର୍ତିକ ମାସରେ ଚାଷ ଜମିରୁ ଚାଷୀ ଧାନ ଅମଳ ଆରମ୍ଭ କରିଥାଏ l ଯାତ୍ରାର କିଛି ଦିନ ଆଗରୁ କଳlସି କୁଠିକୁ ପରିସ୍କାର ପରିଚ୍ଛନ୍ନ କରାଯାଇ ଆବଶ୍ୟକସ୍ଥଳେ ଗୋବର , ମାଟି , ଚୂନ ଲିପି ମଙ୍ଗଳାଙ୍କ ସମେତ ହନୁମାନ ,ଦୁର୍ଗା ,କାଲି ,ସlତଵହନୀ ସହ ଅନ୍ୟାନ୍ୟ ଦେବାଦେବୀଙ୍କୁ ଚିତ୍ର ଅଙ୍କନ କରାଯାଇଥାଏ l ଦଶମୀ ତୀଥିରେ ସନ୍ଧ୍ୟାରେ ନିକଟସ୍ଥ ଶୈବପୀଠ ଗୁଡ଼ିକରୁ ସମସ୍ତ ଦେବଦେବୀଙ୍କ ନିକଟରୁ ଅଧିଆପଡି ଦେଉଳବରା ବା ବାଟବରଣ କରାଯାଇଥାଏ l ତାପର ଦିନ ତଥା ଏକାଦଶୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା କଥା ସାଧାରଣରେ ଜଣାଯାଇଥାଏ l ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ହୋଇଥାଏ ଧୁନକେଳି ବାଦ୍ୟ l ଏହା ସହ ବରୁଆ ମାନଙ୍କ ଦେହରେ ଦେବି ଆବିର୍ଭାବ ସହ ନାଚି ନାଚି ଯାତ୍ରା କରିବା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିଥାଏ l ଏହିଯାତ୍ରା ଜଗତି , ଚନ୍ଦ୍ରପୁର ,ଖୁଣ୍ଟବନ୍ଧ, ଖମାରିପଡା , ତେଲିବନ୍ଧ, ରାଉତବାହାଲ ,ବୁଢ଼ୀପଦର , ଗିରlସିଂହା ,ବଡ଼ଖଲିଗାଁ ପ୍ରମୁଖ ଗ୍ରାମ ଗୁଡିକରେ ବରୁଆଙ୍କୁ ଦେହରେ କଳlସି ଲାଗିବା ସହ ଭକ୍ତଙ୍କ ଗୁହାରି ଶୁଣିଥାନ୍ତି l ଚନ୍ଦ୍ରପୁର ଗ୍ରାମର କଳlସି ପୀଠରୁ ଅlରାଧ୍ୟଦେବୀ ବାହାରି ଚନ୍ଦ୍ରପୁର ଗ୍ରାମପରିକ୍ରମ କରି ଗାଁ ମୁଣ୍ଡାରେଥିବା ପୀଠରେ ପୂଜାର୍ଚନା କରିବା ପରେ କଣ୍ଟା ଦୁଲୀରେ ଦୁଳି ବରୁଆ ମାନେ ଦୋଳିଥିବା ଦୃଶ୍ୟ ଅତିନିଆରl ଥିଲା l ଏହାପରେ ଲକ୍ଷ୍ମୀସାଗରରେ ପୂଜା କରାଯାଇଥିଲା l ରାତ୍ରିରେ ବିଭିନ୍ନ ସ୍ଥାନରେ ସଂକୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି l ଯାହା ଆଜି ସମ୍ପର୍ଣ୍ଣ ହୋଇଥିବା ଦେଖା ଦେଇଛି l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଓଡିଶା ଯୋଜନା ଏବଂ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ଖଡ଼ିଆଳ ଠାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

Sunil Chandra Nayak

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!