ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ଙ୍କ ବିରୁଦ୍ଧ ରେ ଅଶାଳୀନ ଓ ଅଭଦ୍ର ଟିପଣି ବିରୁଦ୍ଧ ରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଲା ଚନ୍ଦାହାଣ୍ଡି ବିଜେପି ଆଦିବାସୀ ମୋର୍ଚ୍ଚା

ଚନ୍ଦାହାଣ୍ଡି (ମ ନି ସ)୧୩/୧୧ପଶ୍ଚିମ ବଙ୍ଗର ମନ୍ତ୍ରୀ ଅଖିଳ ଗିରି ଓଡିଶା ର ଗୌରବ ତଥା ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଙ୍କ ବିରୋଧ ରେ କଟୁ ଓ ଅଶାଳୀନ ମନ୍ତବ୍ୟ ବିରୋଧ ରେ ଆଜି ଚନ୍ଦାହାଣ୍ଡି ଥାନା ଚନ୍ଦାହାଣ୍ଡି ବ୍ଲକ ବିଜେପି ଆଦିବାସି ମୋର୍ଚ୍ଚା ପକ୍ଷରୁ ଚନ୍ଦାହାଣ୍ଡି ଥାନା ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଏତଲା ଦିଆ ଯାଇଛି। ଏତଲା ରେ ମହାମହିମ ସମ୍ପ୍ରତି ପୁରୀ ଆସି ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରି ଫେରି ଓଡିଶା ବାସି ଙ୍କ ମନ ଜିଣିବା ସହ ଜଣେ ଆଦିବାସୀ ମହିଳା ଯିଏ କି ନିହାତି ଗରୀବ ପରିବାର ରୁ ଆସି ଏତେ ବଡ ପଦବୀ ରେ ପହଞ୍ଚି ଥିବା ବେଳେ ଏପରି ମନ୍ତ୍ରୀ ଙ୍କ ମନ୍ତବ୍ୟ ଗରୀବ ଓ ଆଦିବାସି ଙ୍କ ପ୍ରତି ଏକ ତାଛଲ୍ୟ ବୋଲି ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏତଲା ରେ ଦର୍ଶାଇବା ସହ ମନ୍ତ୍ରୀ ଙ୍କ ବିରୁଦ୍ଧ ରେ ଫୌଜ ଦାରି ମକଦ୍ଦମା ପାଈଁ ଦାବୀ କରାଯାଇଛି।। ଏହି ଏତଲା ପ୍ରଦାନ ସମୟ ରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ, ପ୍ରତାପ ଚନ୍ଦ୍ର ବାଘ, ଡମ୍ବରୁଧର ମାଝୀ, ପୌରସ ମାଝୀ,ଭୋଦେବ ବାଘ, ସୁକୃ ନାୟକ,ଭାରତ ବାଘ, ଲଳିତ ସୁନା, ଗମନ ଗଇତା,ତୁଲେଶ୍ବଳ ହଂସ ,ଟୁନାରାମ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଯୁବକଙ୍କ ଆତ୍ମହତ୍ଯା

Sunil Chandra Nayak

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ଗରଗାଵ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଯୁକ୍ତ ଦୁଇ କଳା ଛାତ୍ର ବିକାଶ ସାହୁ ପ୍ରଥମ ସ୍ଥାନରେ

Sunil Chandra Nayak

Leave a Comment

error: Content is protected !!