ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅନୁଷ୍ଠିତ: ଵଞ୍ଚିଵା ପାଇଁ ସଂଗ୍ରାମ- ସଂଗ୍ରାମ କରି ଵଞ୍ଚିଵା – ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିଵା ସଂକଳ୍ପ ଗୃହିତ:

୧୧୩ ଜଣ ରାଜ୍ଯ ପରିଷଦ, ୩୯ଜଣ କାର୍ଯ୍ଯକାରୀ କମିଟି ଓ କର୍ମକର୍ତ୍ତାମଣ୍ଡଳୀ ନିର୍ଵାଚିତ

ରାଉରକେଲା/ ତା୧୩/୧୧/୨୦୨୨ରିଖ: ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅଶୋକ କୁମାର ଦାଶ, ପ୍ରଶାନ୍ତ, ପାଟ୍ଟଯୋଶୀ, ଏନ୍ ନାରାୟଣ ରେଡୀ, ହରପ୍ରିୟା ସ୍ଵାଇଁ ଓ ମାତିଲଦା କୁଲୁଙ୍କ ଅଧ୍ଯକ୍ଷତାରେ ପରିଚାଳିତ ପ୍ରତିନିଧି ଅଧିଵେଶନରେ ଦାଦନ ଶ୍ରମିକ ସମସ୍ଯା, ପ୍ରଦୂଷଣ ସମସ୍ଯା, ସ୍ଥାୟୀ କାର୍ଯ୍ଯରେ କଣ୍ଟ୍ରାକ୍ଟ ଶ୍ରମିକ ସମସ୍ଯା, ଵ୍ଯାଙ୍କ ଓ ଵୀମା ଘରୋଇକରଣ, ଇସ୍ପାତ କ୍ଷେତ୍ରର ଘରୋଇକରଣ, କୋଇଲା କ୍ଷେତ୍ର ଘରୋଇକରଣ, ସ୍କିମ ଓ୍ଵାର୍କରମାନଙ୍କୁ କେନ୍ଦ୍ର ସରକାର ୨୪ଘଣ୍ଟିଆ ସନ୍ଦିହାନ ନଜରରେ ରଖି ତାଙ୍କ ମାନଵୀୟ ଅଧିକାରକୁ କ୍ଷୁର୍ଣ୍ଣ କରିଵା, କୋଠା ଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକଙ୍କୁ ଘୋଷିତ ସାମାଜିକ ସୁରକ୍ଷାରୁ ଵଞ୍ଚିତ କରିଵା, ଵନ୍ଦ ଶିଳ୍ପ କଳ କାରଖାନା ସମସ୍ଯା, ଛଟେଇ ସମସ୍ଯା ଵିରୋଧରେ ପ୍ରସ୍ତାଵମାନ ଗୃହିତ ହୋଇଅଛି। “ଵଞ୍ଚିଵା ପାଇଁ ଲଢିଵା – ଲଢେଇ କରି ଵଞ୍ଚିଵା – ସମସ୍ତ ସଂସ୍ଥା ଓ ସମସ୍ତ କ୍ଷେତ୍ରର ଶ୍ରମିକଙ୍କୁ ୟୁନିୟନ ଭୁକ୍ତ କରି ଲଢେଇ ଜାରି ରଖିଵାର ସଂକଳ୍ପ ନିଆଯାଇଛି। ଉତ୍କଳ ମହିଳା ସମିତି ପକ୍ଷରୁ ଏହି ସମ୍ମିଳନୀକୁ କମ୍ରେଡ୍ ଭାନୁମତି ରେଡୀ ଶୁଭେଛା ଜଣାଇଥିଲେ। କର୍ମକର୍ତ୍ତା ମଣ୍ଡଳୀରେ ରାଜ୍ଯର ସଭାପତି ଭାଵେ ଅଶୋକ କୁମାର ଦାଶ, କାର୍ଯ୍ଯକାରୀ ସଭାପତି – ମହେଶ୍ଵର ରାଉତ, ଉପସଭାପତି – ଅଭୟ ସାହୁ, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ଅନୀତ ଚକ୍ରଵର୍ତ୍ତୀ, ଗୌରାଙ୍ଗ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ସରୋଜିନୀ ଆଚାର୍ଯ୍ଯ ଓ ଦେଵାଶିଷ ଘୋଷ, ସାଧାରଣ ସମ୍ପାଦକ – ଵିଜୟ ଜେନା, ସମ୍ପାଦକ- ମାୟାଧର ନାୟକ, ଜୟନ୍ତ ଦାସ, ହର ପ୍ରିୟା ସ୍ଵାଇଁ, ନମିତା ସାହୁ, ଵ୍ରଜଵନ୍ଧୁ ପ୍ରଧାନ, ସତ୍ଯଵାଦୀ ଵାଗ୍ ଓ ପ୍ରଦୋଷ ମହାନ୍ତି ଏଵଂ କୋଷାଧ୍ଯକ୍ଷ ଭାଵେ ସି.ଭି.ଏନ୍.ରାଓ ସର୍ଵ ସମ୍ମତିକ୍ରମେ ନିର୍ଵାଚିତ ହୋଇଛନ୍ତି। ଏହି ସମ୍ମିଳନୀର ଉଦଯାପନୀ ଅଭିଭାଷଣ ରେ ସର୍ଵ ଭାରତୀୟ ସଭାପତି କମ୍ରେଡ୍ ରମେନ୍ଦ୍ର କୁମାର, ଜାତୀୟ ସମ୍ପାଦକ କମ୍ରେଡ୍ ରାମକୃଷ୍ଣ ପଣ୍ଡା, ରାଜ୍ଯ ସଭାପତି କମ୍ରେଡ୍ ଅଶୋକ ଦାଶ, ରାଜ୍ଯ ସାଧାରଣ ସମ୍ପାଦକ କମ୍ରେଡ୍ ଵିଜୟ ଜେନା, ଅଭ୍ଯର୍ଥନା କମିଟି ଅଧ୍ଯକ୍ଷ କମ୍ରେଡ୍ ପଶୁପତି ନାଥ ଚାଟ୍ଟାର୍ଜୀ ଓ ସାଧାରଣ ସମ୍ପାଦକ କମ୍ରେଡ୍ ସଦାନନ୍ଦ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ଯାଜ୍ଞସେନୀ ତରଫରୁ ପଣାସକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!