ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବୀର ସାଂସ୍କୃତିକ ଅନୁଷ୍ଠାନ,ଭବାନୀପାଟଣାର  ମହାବୀର ମହୋତ୍ସବ ରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ କୃତୀ ସନ୍ତାନ ଭାବେ ସମ୍ବର୍ଦ୍ଧିତ

ଦୁଇଥର ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ସ୍ଥାନିତ

ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଗତକାଲି ଭବାନିପାଟଣା ଠାରେ ଅନୁଷ୍ଠାନ ପକ୍ଷରୁ ୫୮ତମ ଜନ୍ମ ବାର୍ଷିକୀ ସାରସ୍ଵତ ସମାରୋହ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର କୁଳ ସଚିବ ଡକ୍ଟର ନୃପରାଜ୍ ସାହୁ ଅତିଥି ଭାବେ ଯୋଗଦେଇ ଡାକ୍ତର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାୟପୁର ର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। 

ଏଠାରେ ସୁଚନା ଯୋଗ୍ୟ ଯେ, କିଛିଦିନ ତଳେ ଡାକ୍ତର ପାଣିଗ୍ରାହୀ ନିଜେ ୨୪୬ଗୋଟି ଦେଶର ୨୨୩୯ ଗୋଟି ମୁଦ୍ରା ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଗତ ଅକ୍ଟୋବର ୮ତାରିଖ ଦିନ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ତାଙ୍କ ନାମ ସ୍ଥାନିତ ହୋଇଅଛି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ଅବସ୍ଥାପିତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀ କାଳ ମଧ୍ୟରେ ୩୦ ହଜାର ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍” ରେ ଦର୍ଜ ହୋଇଛି।

ଏଭଳି ନିରବଚ୍ଛିନ୍ନ ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟ ସ୍ତରରେ ସାତଥର ଓ ଜିଲ୍ଲା ସ୍ତରରେ ପାଞ୍ଚଥର ସମ୍ବର୍ଦ୍ଧିତ ହୋଇଛନ୍ତି।ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।ଡାକ୍ତର ପାଣିଗ୍ରାହୀଙ୍କୁ ନିକଟରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସେନାଲ ଫ୍ରେଣ୍ଡସିପ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସଂମ୍ମାନ ପ୍ରଦାନ କରାଯାଇଥିଲା।ଡାକ୍ତର ପାଣିଗ୍ରାହୀ ଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

Leave a Comment

error: Content is protected !!