ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ରାଉରକେଲା/ ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଓଡିଆ ବିଭାଗ ତରଫରୁ ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ “ଶାସ୍ତ୍ରୀୟ ଭାଷା ଓଡ଼ିଆର ଉତ୍କର୍ଷରେ ଉତ୍ତରପିଢିର ଉତ୍ତର ଦାୟିତ୍ବ” ଶୀର୍ଷକରେ ଏକ ଆଲୋଚନାଚକ୍ର’ ଅନୁଷ୍ଠିତ ହୋଇଯାଇଛି । ତିନୋଟି ପର୍ବ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ତଥା ବିଶିଷ୍ଟ ଔପନ୍ୟାସିକ ଡଃ ବିଭୂତିଭୂଷଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଏବଂ ସାଂପ୍ରତିକ ସମୟର ପରିଚିତ ନାରୀ କବି ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ପର୍ବ: ‘ସ୍ବାଗତ ପର୍ବ’ରେ ଅଧ୍ୟାପକ ଶ୍ରୀଯୁକ୍ତ କରୁଣାକର ପାଟ୍ଟଶାଣୀ ମଂଚ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ଯା ଅଧ୍ୟାପିକା ରଶ୍ମିପ୍ରଭା ମଥାନ। ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଲକ୍ଷ୍ମୀ ସାମନ୍ତ, ଅନୁଶ୍ରୀ ଦାଶ, ମନସ୍ପୀ ଜେନା, ଦୀପିକା ବାଗେ, ଭବାନୀ ସାହୁ। ଏହି ପର୍ବରେ ତୃତୀୟ ବର୍ଷର ଛାତ୍ର-ଛାତ୍ରୀମାନଙ୍କ ଦ୍ବାରା ନବାଗତମାନଙ୍କୁ ସ୍ବାଗତ କରାଯାଇଥିଲା ବେଳେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୨୯ ଜଣ ଓଡ଼ିଆ ଛାତ୍ର-ଛାତ୍ରୀମାନଙ୍କୁ କଲେଜର ଅଧ୍ୟକ୍ଷା ତଥା ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ। ଦ୍ଵିତୀୟ ପର୍ବ: ‘ଆଲୋଚନା ପର୍ବ’କୁ ସଂଚାଳିତ କରିଥିଲେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ। “ଶାସ୍ତ୍ରୀୟ ଭାଷା ଓଡ଼ିଆର ଉତ୍କର୍ଷରେ ଉତ୍ତରପିଢିର ଉତ୍ତର ଦାୟିତ୍ବ” ଶୀର୍ଷକ ଏହି ଆଲୋଚନାଚକ୍ରର ବିଶିଷ୍ଟ ଆଲୋଚକ ଡଃ ବିଭୂତିଭୂଷଣ ପଣ୍ଡା ଓଡ଼ିଆ ଭାଷା-ସାହିତ୍ୟର ଗୌରବମୟ ଇତିହାସ ଓ ସ୍ପର୍ଦ୍ଧିତ ବର୍ତ୍ତମାନର ରୂପଚିତ୍ରକୁ ସାମ୍ନାରେ ରଖିବା ସହ ଓଡିଆ ଭାଷାର ବିକାଶ ଓ ସୁରକ୍ଷା ଦୃଷ୍ଟିରୁ ସରକାରୀ ପ୍ରୋତ୍ସାହନ ତଥା ଆଞ୍ଚଳିକ ଭାଷା ସହ ଏକ ପାରିବାରିକ ସହାବସ୍ଥାନ ଜରୁରୀ ବୋଲି ଗୁରୁତ୍ବାରୋପ କରିଥିଲେ। ଅନ୍ଯତମ ଆଲୋଚିକା ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ଯତା ଓଡିଆ ଭାଷାକୁ ପ୍ରାପ୍ତ ହେବାର ବିଷୟ ବିନ୍ଦୁ ସଂପର୍କରେ ଚର୍ଚ୍ଚା କରିବା ସହ ଓଡିଆ ଭାଷାକୁ ଇଣ୍ଟରନେଟର ଭାଷାରେ ପରିଣତ କରିବା ସହ ସାମାଜିକ ଗଣମାଧ୍ୟମରେ ଓଡିଆ ଲିପିକୁ ବହୁଳ ଭାବରେ ବ୍ୟବହାର କରି ଏକ ବୈଶ୍ବିକ ଉଚ୍ଚତାକୁ ଛୁଇଁବାର ଅଭିପ୍ସା ରଖି ଭାଷାର ପ୍ରଚାର-ପ୍ରସାର କରିବାକୁ ଉତ୍ତରପିଢିକୁ ପ୍ରଚୋଦିତ କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ପର୍ବ: ‘ସାଂସ୍କୃତିକ ପର୍ବ’ରେ ବହୁ ଚର୍ଚ୍ଚିତ ଓଡିଆ ଚଳଚିତ୍ର ‘ପ୍ରତୀକ୍ଷା’ର ଅଭିନେତା ଦୀପାନ୍ବିତ, କଣ୍ଠଶିଳ୍ପୀ ଆଶୀଷ ତଥା ଅନ୍ଯାନ୍ଯ ସହଯୋଗୀ କଳାକାର ଉପସ୍ଥିତ ରହି ଓଡ଼ିଆ ଚଳଚ୍ଚିତ୍ର ଓ ଅଭିନୟ ଜଗତ ଆଡକୁ ଓଡିଆ ଛାତ୍ର-ଛାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ। ‘ସାଂସ୍କୃତିକ ପର୍ବ’ର ସଫଳ ସଂଯୋଜନା କରିଥିଲେ ସୁବ୍ରତ ନାୟକ ଓ ସଂଗୀତା ବେହେରା। ଧନ୍ୟବାଦ ଅର୍ପଣ କରିଥିଲେ ଭବାନୀ ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ସ୍ବପ୍ନମୟୀ ହୋତା ତଥା ମାନସ ବେହେରା, ସମୀର ବିଶ୍ବାଳ, ସ୍ବିଟି ପଟ୍ଟନାୟକ, ନିରଂଜନ ଧରେଇ, ପ୍ରିୟଙ୍କା ସ୍ୱାଇଁ, ମଧୁସ୍ମିତା ଜେନା, ସୂରଜ ମୁଣ୍ଡାରୀ, ଅନ୍ନପୂର୍ଣ୍ଣା ବରାଳ, ସଂଗୀତା ମହାନନ୍ଦ, ଧନରାମ ସିଂ, ଅଜୟ ମିଞ୍ଜ, ରୋହିତ ରାଓ, ଅନିତା ଜଗଦ୍ଦେବ, ଐଶ୍ଵର୍ଯ୍ୟା ସାହୁ, ନିଲମ୍ ବେଗମ୍, ସ୍ବିଟି ବାଗେ, ଅର୍ଚ୍ଚନା ମହାପାତ୍ର, ହରିପ୍ରିୟା ଦାଶ, ଅଙ୍କିତା ଶରଣ, ସଂଘମିତ୍ରା ପାତ୍ର, କ୍ରାନ୍ତି ଓରାମ, ଦିପ୍ତୀରାଣୀ ଦାସ, ମୋନିକା ତନ୍ତୀ, ରୂପାଲୀ ସୁନା, ଗୁଡ୍ଡି ସୁନା, କବିତା ହରିପାଲ, ଆକାଶ ଭୂମିଜ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଚାରି ବର୍ଷର ବହୁ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Sunil Chandra Nayak

ପତ୍ରରୁ ଫୁଟିଲା ଫୁଲ ନା ତାର ବ୍ରହ୍ମକମଳ 

Sunil Chandra Nayak

Leave a Comment

error: Content is protected !!